୬ ହରିଣ ଶିକାରୀ ଗିରଫ
ତେଲକୋଇ: କରୋନା ଲକଡାଉନ ବେଳେ ଜନ୍ତୁ ଶିକାରୀମାନେ ସକ୍ରିୟ ହୋଇଉଠିଛନ୍ତି । ଜଙ୍ଗଲରେ ଅବାଧରେ ଜନ୍ତୁ ଶିକାର କରୁଛନ୍ତି । ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ମଧ୍ୟପୁର ଗାଁରୁ ୬ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନେ ହରିଣ ଶିକାର ପାଇଁ ଯୋଜନା କରୁଥିଲେ । ବନ ବିଭାଗ ଏ ସମ୍ପର୍କରେ ଖବର ପାଇଁ ସେମାନଙ୍କୁ ଗିରଫ କରିଥିଲା । ସେମାନେ ମଧ୍ୟ ପୂର୍ବରୁ କିଛି ଶିକାର କରିଥିଲେ ।
ଗିରଫ ଶିକାରୀଙ୍କ ଠାରୁ ୨ଟି ହରିଣ ଗୋଡ, ହରିଣ ଲାଞ୍ଜ ଓ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।
Powered by Froala Editor