Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ...

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ...

  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ...

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ...

  • ଆଖି ଭ୍ରୁଲତାରେ ଦାନ୍ତ

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ...

  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ...

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

ରାଜନୀତି
Home ›› ରାଜନୀତି ››ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ

ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ

2023-10-06 08:22:12
14273
Share:
Facebook
Twitter
E-Mail
WhatsApp
Telegram
ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ

ଭୁବନେଶ୍ୱର  : ଗତକାଲି ୧୦ ଘଂଟା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜୟପୁର ସହର ପରିକ୍ରମ କରିଥିଲା । ଏହି ରାଲିରେ ଜୟପୁରର ଯୁବକ, ଛାତ୍ର, ମହିଳା, ବ୍ୟବସାୟୀ,ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ଏହାପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜୟପୁରରୁ ମାଲକାନାଗିରି ଯିବା ରାସ୍ତାରେ ବୈପାରିଗୁଡ଼ା, ଗୋବିନ୍ଦପାଲ୍ଲି, ମାଥିଲି, ପାଙ୍ଗାମ, ପାଣ୍ଡିରିପାଣି ଓ ପଦ୍ମଗିରି ଜଙ୍କସନ ଠାରେ ଏକତ୍ରିତ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିଥିଲେ ଏବଂ ଉପସ୍ଥିତି କର୍ମୀମାନେ ମଧ୍ୟ ପିସିସି ସଭାପତି ଓ କର୍ମକର୍ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦେଇଥିଲେ । ମାଥିଲି ଥାନା ଠାରେ ଅବସ୍ଥିତ ସହୀସ ସ୍ମୃତି ସ୍ତମ୍ବରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମାଲ୍ୟାର୍ପଣ କରାଯାଇଥିଲା । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ମାଲକାନାଗିରି ସହର ପରିକ୍ରମା କରି ଦଣ୍ଡକାରଣ୍ୟ ପଡ଼ିଆଠାର ଆୟୋଜିତ “ମୁଳନିବାସୀ ଜାଗରଣ ସମାବେଶ”ରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ.ଚେଲ୍ଲା କୁମାର କହିଥିଲେ ଯେ ମାଲକାନଗିରି ଜିଲ୍ଲା ନୀତିଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସବୁଠାରୁ ଗରିବ ଜିଲ୍ଲା । ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ । ମାଲକାନଗିରି ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ୧୯୭ ଟି ଡାକ୍ତର ପଦବୀରୁ ୮୮ ଟି ଖାଲି ପଡ଼ିଛି । ସ୍ୱାସ୍ଥ୍ୟସେବାରେ ଭିତିଭୂମିର ଘୋର ଅଭାବ । ତେଣୁ ଏଠିକାର ଲୋକେ ନିମ୍ନତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ । ଉଭୟ ନବୀନ ଓ ମୋଦୀ ସରକାର ଆଦିବାସୀ ଓ ଦଳୀତ ଲୋକଙ୍କର ଶତୃୁ । ଆଦିବାସୀ ଦଳୀତ ଲୋକଙ୍କ ପାଇଁ ଏହି ଦୁଇ ସରକାରଙ୍କର ସ୍ୱତନ୍ତ୍ର ଯୋଜନା ନାହିଁ । କଳିଙ୍ଗନଗରରେ ଆଦିବାସୀ ଗଣହତ୍ୟା ଘଟଣା ନବୀନ ସରକାରଙ୍କର ଆଦିବାସୀ ବିରୋଧି ମନୋଭାବକୁ ସ୍ପଷ୍ଟ କରେ । ବେଦାନ୍ତ ଦ୍ୱାରା ଅନୁଗୃହିତ ହୋଇ ନବୀନ ସରକାର ନିୟମଗିରି ପାହାଡ଼ରୁ ଆଦିବାସୀମାନଙ୍କୁ ତଡିଦେଉଥିବାବେଳେ ଆଦିବାସୀ ମାନଙ୍କ ପାଇଁ ମନମୋହନ ସିଂ ସରକାର ଏବଂ ସୋନିଆ ଗାନ୍ଧୀ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରିଥିଲେ । ଯାହାଦ୍ୱାରା ଆଦିବାସୀମାନଙ୍କୁ ତାଙ୍କର ଭିଟାମାଟିରୁ ଏବଂ ଅଧିକାରରୁ କେହି ବଂଚିତ କରିପାରିବେ ନାହିଁ । ମାତ୍ର ଏହି ଜଙ୍ଗଲ ଅଧିକାର ଆଇନକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାରେ ନବୀନ ସରକାର ଉଦାସିନ । ନିୟମଗିରିଠାରେ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ ଯେ, ସେ ହେଉଛନ୍ତି ଆଦିବାସୀମାନଙ୍କର ସିପାହୀ ।


ଦୀର୍ଘ ୨୪ ବର୍ଷର ନବୀନ ସରକାର ମାଲାକାନ୍‌ଗିରି ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । କଂଗ୍ରେସ ମାଲ୍‌କାନାଗିରି ଜିଲ୍ଲାରେ ଜଳସେଚନ ପାଇଁ ପୋଟେରୁ ପ୍ରୋଜେକ୍ଟ କରିଥିବାବେଳେ ନବୀନ ସରକାର ଦୀର୍ଘ ୨୩ ବର୍ଷରେ କରିଛନ୍ତି କ’ଣ? ଡଃ ଏ. ଚେଲ୍ଲା କୁମାର କହିଥିଲେ ଯେ, ୨୩ ବର୍ଷର ମୁଖ୍ୟମନ୍ତ୍ରୀ ନିଜର ମାତୃଭାଷା କହିନଥିବା ଦୁର୍ଭାଗ୍ୟଜନକ । ଯିଏ ମାତୃଭାଷା କହିପାରୁନାହାନ୍ତି ବା ମାତୃଭାଷା ଶିକ୍ଷିବାର ଯାହାଙ୍କର ଆଗ୍ରହ ନାହିଁ, ସିଏ ମାତୃଭୂମିର ଲୋକଙ୍କ କଥା ବୁଝିବେ କିପରି? ‘କେବଳ ଆପଣମାନେ ଖୁସି ତ’ କହି ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜ ଦାୟିତ୍ୱ ସମ୍ପାଦିକ କରିଛନ୍ତି ବୋଲି ଭାବୁଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ମାଲ୍‌କାନାଗିରି ଜିଲ୍ଲାର ଦୂରାବସ୍ଥାର ପରିର୍ବତନ ହେବ । ଏଠିକାର ବେକାର ଯୁବକ ନ୍ୟାୟ ଓ ନିଯୁକ୍ତି ପାଇବେ । ନବୀନ ଓ ମୋଦୀ ସରକାର ଦ୍ୱାରା ଅତ୍ୟାଚାରିତ ମାଲ୍‌କାନାଗିରି ଅଧିବାସୀ ଚଳିତ ରାଜନୈତିକ ସ୍ଥିତିର ପରିବର୍ତନ ପାଇଁ ଅଂଟା ଭିଡ଼ନ୍ତୁ ।


ଏହି ସମାବେଶରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ, ୨୦୨୪ ବର୍ଷ ଓଡ଼ିଶାର କଂଗ୍ରେସର ବର୍ଷ ହେବ । ଉଭୟ ନବୀନ ଓ ମୋଦୀ ସରକାର ଫମ୍ପା ପ୍ରତିଶ୍ରୁତିକୁ ଲୋକେ ବୁଝିସାରିଲେଣି । ମାଲ୍‌କାନାଗିରି ଜିଲ୍ଲାରେ ଯାହାବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହୋଇଥିଲା । ବିକାଶ କ୍ଷେତ୍ରରେ ନବୀନ ସରକାର ଗୋଟିଏ ପାଦ ଆଗେଇ ପାରିନାହିଁ । ମାଲ୍‌କାନାଗିରି ଜିଲ୍ଲାର ଯୁବକ, ଛାତ୍ର, ମହିଳା ଓ କୃଷକ ବିଶେଷ କରି ସାଧାରଣ ଜନତା ନବୀନ ଓ ମୋଦୀ ସରକାର ଉଦାସିନତାରେ ଶିକାର । ବନବାସୀ ଏବଂ ପାହାଡ଼ ଓ ପର୍ବତ ଉପରେ ରହୁଥିବା ଗାଁ ଗଣ୍ଡାରେ ପ୍ରଶାସନ ଆଦୌ ପହଂଚିପାରୁନାହିଁ । ମାଲ୍‌କାନାଗିରିବାସୀଙ୍କର ଯନ୍ତ୍ରଣାର ସ୍ୱର ଭୁବନେଶ୍ୱର କିମ୍ବା ଦିଲ୍ଲୀରେ ପହଂଚିପାରୁନାହିଁ । ଅନ୍ୟପକ୍ଷରେ ଲୋକେ ଯାହାଙ୍କୁ ଭୋଟ ଦେଉଛନ୍ତି ସେମାନଙ୍କର ଶାସନ କ୍ଷେତ୍ରରେ କିଛି କତୃତ୍ୱ ନାହିଁ । କେତେଜଣ ଅଫିସରଙ୍କ ଦ୍ୱାରା ନବୀନ ସରକାର ଚାଲିଛି । ଏଠି ଜନପ୍ରତିନିଧିମାନଙ୍କର ଅଧିକାରକୁ ଛଡ଼େଇ ନିଆଯାଉଛି । ତେବେ ଲୋକଙ୍କର ଦୁଃଖ ଶୁଣିବ କିଏ? କଂଗ୍ରେସ ସରକାର ଆସିଲେ ମାଲ୍‌କାନାଗିରିର ସାମଗ୍ରିକ ବିକାଶ ପାଇଁ ତା’ର କାର୍ଯ୍ୟକ୍ରମରେ ପ୍ରାଥମିକତା ଦେବ । ଓଡ଼ିଶାର ସାଧାରଣ ଜନତାଙ୍କୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇ ଦେବ । ଧାନ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୁଲ୍ୟ ପ୍ରଦାନ କରି ଚାଷିର ମେରୁଦଣ୍ଡଙ୍କୁ ସଶକ୍ତ କରାଯିବ । ଚାଷୀର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ସହ ଜଳସେଚନ ଉପରେ ପ୍ରାଧାନ୍ୟ ଦିଆଯିବ । ମୂଳନିବାସୀମାନେ ବସବାସ କରୁଥିବା ଜାଗାର ଅଧିକାର ପ୍ରାପ୍ତି ହେବେ । ସମଗ୍ର ରାଜ୍ୟରେ ବେକାର ଯୁବକମାନଙ୍କୁ କର୍ମସଂସ୍ଥା ଯୋଗାଇ ଦିଆଯିବ । କେହିବି ଯୁବକ ନିଜର ଭାଗ୍ୟକୁ ଖୋଜିବା ପାଇଁ ଅନ୍ଧ୍ରା ଓ ସୁରଟ ଯିବେ ନାହିଁ । ମୋଦୀ ଓ ନବୀନ ସରକାର ଯେପରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ଏବଂ ସମ୍ବିଧାନକୁ ଦୃର୍ବଳ କରୁଛନ୍ତି, ସେଭଳି ପରିସ୍ଥିତିକୁ କଂଗ୍ରେସ ସାଧାରଣ ଜନତାକୁ ମୁକ୍ତ କରିବ । ପଛୁଆବର୍ଗମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରାଯିବ । ନବୀନ ଓ ମୋଦୀ ସରକାରଙ୍କର ଦାଡ଼ନାକୁ ମୁକ୍ତି ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।


ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟିର ଅନସୂୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିଭାଗର କୋଅଡ଼ିନେଟର ଶ୍ରୀ କେ. ରାଜୁ ଯୋଗ ଦେଇ କହିଥିଲେ ଯେ, ଓଡ଼ିଶାରେ ଓବିସି କମିଶନଙ୍କ ରିପୋର୍ଟ ସନ୍ତୋଷ ଜନକ ନୁହେଁ, ଏହା ତରବରିଆ କରାଯାଇଛି । ଘର ଘର ବୁଲି ଏହି ରିପୋର୍ଟ ପ୍ରସ୍ତୁତ କରିବା ଉଚିତ୍ ଥିଲା । ବିଭିନ୍ନ ରାଜ୍ୟରେ ସରକାରୀ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲାବେଳେ ଓଡ଼ିଶାରେ ତାହାକୁ ୧୧.୫ ପ୍ରତିଶ୍ରୁୂତି ସଂରକ୍ଷଣ ଦେବା ଦୁର୍ଭାଗ୍ୟଜନକ ।


ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମନ୍ତ୍ରୀ କାବାଶି ଲଛମା, ଏ.ଆଇ.ସି.ସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେଶ୍ ଲିଲୁଟିଆ ଓ ଜନଜାତି ବିଭାଗ ଅଧ୍ୟକ୍ଷ ଶିବାଜୀ ରାଓ ମୁଘେ,ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।, ବିଧାୟକ ତାରା ପ୍ରସାଦ ବାହିନପତି, ଡଃ ଦେବାଶିଷ ପଟ୍ଟନାୟକ, ରମେଶ ଜେନା, ମୀନାକ୍ଷି ବାହିନପତି, ଦାସରଥି ଗମାଙ୍ଗୋ, ଭୂଜବଳ ମାଝୀ, ବାଙ୍କନିଧି ବେହେରା, ନିମେଇ ସରକାର, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଟୁନା ମହାପାତ୍ର, ମାନସ ମଲ୍ଲୀକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ରତ୍ନମଣି ଉଲ୍ଲାକା, ବିଜୟାନନ୍ଦ ଚାଉଳୀଆ, ମାଲ୍ଲାମାଡ଼ି, ପର୍ଶୁରାମ ଭକ୍ତ, ଜି. ଶ୍ରୀନିବାସ ରାଓ, ଇସା ଖୋସଲା, ସନ୍ତୋଷ ପଟ୍ଟନାୟକ ଓ ମନୋଜ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗୋବିନ୍ଦ ପାତ୍ର ସଭାପତିତ୍ୱ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Powered by Froala Editor

Tags opcc , congress , pradesh congress , odisha congress

Related articles Odisha News Lens 4.1

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ
    ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14132
    Oct 19, 2026
  •  ବିଜୟାଦଶମୀରେ  ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ
    ଦେଶ-ଦେଶାନ୍ତର

    ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ

    15184
    Oct 20, 2026
  • ଆଖି ଭ୍ରୁଲତାରେ ଦାନ୍ତ
    ଦେଶ-ଦେଶାନ୍ତର

    ଆଖି ଭ୍ରୁଲତାରେ ଦାନ୍ତ

    15006
    Oct 19, 2026
  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି
    ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14533
    Oct 20, 2026
  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ
    ଦେଶ-ଦେଶାନ୍ତର

    ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ

    15326
    Oct 19, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14190
    Oct 18, 2026
  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

    15163
    Oct 20, 2026
  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ
    ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15401
    Oct 20, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14157
    Oct 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଖି ଭ୍ରୁଲତାରେ ଦାନ୍ତ

    15006
    Oct 19, 2026
  • ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15401
    Oct 20, 2026
  • ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14533
    Oct 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17198
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17892
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17840
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18265
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14582
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15394
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14736
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14831
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15833
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14627
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13993
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15112
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15821
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14157
    Oct 18, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14190
    Oct 18, 2026
  • ଆଖି ଭ୍ରୁଲତାରେ ଦାନ୍ତ

    15006
    Oct 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In