ଅମିତାଭଙ୍କୁ ଅଡୁଆରେ ପକାଇଲା ଫ୍ଲିପକାର୍ଟ ବିଜ୍ଞାପନ

ସିଏଆଇଟି (କନଫେଡେରେସନ୍ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ) ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ବିରୋଧରେ ଅଭିଯୋଗ ନେଇ ଖାଉଟି ବ୍ୟାପାର ମନ୍ତ୍ରାଳୟର ଦ୍ୱାରସ୍ଥ ହୋଇଛି। ଖାଉଟି ବ୍ୟାପାର ମନ୍ତ୍ରାଳୟରେ ସିଏଆଇଟି ଦାଖଲ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି କି, ଫ୍ଲିପକାର୍ଡରେ ଏବେ ବିଗ୍ ବିଲିୟନ ଡେ ସେଲ୍ ଅଫର ଚାଲିଛି। ଏହି ସେଲ ଅବସରରେ ଏକ ମୋବାଇଲର ବିଜ୍ଞାପନରେ ବିଗ୍ ବି ଅମିତାଭ ବଚ୍ଚନ ନଜର ଆସିଛନ୍ତି। ଏହି ବିଜ୍ଞାପନ ବିଭ୍ରାନ୍ତିକର ଏବଂ ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କ ବିରୋଧୀ ବୋଲି କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ ନିକଟରେ ଦର୍ଶାଇଛି ସିଏଆଇଟି ।
ଅମିତାଭ ବଚ୍ଚନ ମୋବାଇଲଗୁଡ଼ିକର ବିଜ୍ଞାପନ କରି କହିଛନ୍ତି, ‘ଏତେ ଶସ୍ତାରେ ମୋବାଇଲ ଅଫ୍- ଲାଇନ୍ ବଜାରରେ ଗ୍ରାହକମାନେ ପାଇ ପାରିବେ ନାହିଁ।’ ଅମିତାଭଙ୍କ ଏଭଳି ବିଜ୍ଞାପନ ବାଣୀ ଶୁଣି ଅଫ-ଲାଇନ ବଜାରର ମୋବାଇଲ ଦୋକାନୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଖାଉଟି ସୁରକ୍ଷା ଆଇନ ଅନୁସାରେ ଏହି ବିଜ୍ଞାପନ ବିଭ୍ରାନ୍ତିକର ବାର୍ତ୍ତା ଦେଉଛି ଏବଂ ଫ୍ଲିପକାର୍ଟ ବିରୋଧରେ ଜୋରିମାନା ଧାର୍ଯ୍ୟ ସହ ଅମିତାଭଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ପକାଯାଇଛି ।
ସିଏଆଇଟି ମହାସଚିବ ପ୍ରବୀଣ ଖାଣ୍ଡେଲଓ୍ବାଲ କହିଛନ୍ତି- ଖାଉଟି ସୁରକ୍ଷା ଆଇନର ଧାରା ୨(୪୭) ଅନୁସାରେ ଭାରତର ସ୍ମାର୍ଟଫୋନ ବଜାରରେ ସେଲର ଓ ସପ୍ଲାୟରମାନଙ୍କ ଦ୍ବାରା ଉପଲବ୍ଧ ମୋବାଇଲ ଫୋନର ଦର ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି । ଏହି ବିଜ୍ଞାପନକୁ ତୁରନ୍ତ ହଟାଇବା ଲାଗି ଦାବି କରିଛି ସିଏଆଇଟି ।
Powered by Froala Editor