ପୁରୁଷଙ୍କ ଅପେକ୍ଷା ୟୁରିନ୍ ଇନଫେକ୍ସନରେ ଅଧିକ ସଂକ୍ରମିତ ହୋଇଥାନ୍ତି ମହିଳା

ସାରାବିଶ୍ୱରେ ପ୍ରାୟ ଦେଢ କୋଟି ଲୋକ ପରିସ୍ରା ସଂକ୍ରମଣର ସଂକ୍ରମିତ ହୋଇଥାନ୍ତି । ବ୍ଲାଡର୍ରେ ସଂକ୍ରମଣକୁ ଡାକ୍ତରୀ ଭାଷାରେ ୟୁରିନାରୀ ଟ୍ରାକ୍ ଇନ୍ଫେକ୍ସନ ବା ୟୁଟିଆଇ କୁହାଯାଏ । ଏହି ସଂକ୍ରମଣ ବ୍ୟାକ୍ଟେରିଆ ଯୋଗୁ ପରିସ୍ରା ଥଳୀ ଓ ଏହାର ନଳୀରେ ହୋଇଥାଏ । ୟୁରିନାରୀ ଟ୍ରାକ୍ ଇନ୍ଫେକ୍ସନରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ସଂକ୍ରମିତ ହୋଇଥାନ୍ତି । ୟୁଟିଆଇ ସଂକ୍ରମଣ ଖୁବ୍ ସାଧାରଣ । ଏହାକୁ ୟୁରୋଲୋଜି ଟ୍ରାକ୍ ଇନ୍ଫେକ୍ସନ୍ କୁହାଯାଏ ।
କିଡ୍ନୀରୁ ଦୁଇଟି ନଳୀ ବ୍ଲାଡର୍ ସହ ସଂଯୁକ୍ତ ହୋଇଥାଏ । ଏହି ବ୍ଲାଡର୍ରେ ପରିସ୍ରା ଜମିବା ପରେ ୟୁରେଥ୍ରୋ ଦେଇ ପରିସ୍ରା ବାହାରକୁ ବାହାରିଥାଏ । ଯଦି କୌଣସି କାରଣରୁ ଏହି ଟ୍ରାକ୍ରେ ସଂକ୍ରମଣ ହୁଏ, ତେଣିକି ସେ କିଡ୍ନୀ, ବ୍ଲାଡର୍ ବା ୟୁରେଥ୍ରୋରେ ମଧ୍ୟ ହୋଇପାରେ । ଏହାକୁ ୟୁରିନାରୀ ଟ୍ରାକ୍ ଇନଫକ୍ସେନ୍ କୁହାଯାଏ ।
ମହିଳାମାନଙ୍କଠାରେ ପରିସ୍ରା ସଂକ୍ରମଣ ଆଶଙ୍କା ୬୦ ପ୍ରତିଶତ ରହୁଥିବା ବେଳେ ପୁରୁଷଙ୍କଠାରେ ମାତ୍ର ୧୩ ପ୍ରତିଶତ ରହିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପରିସ୍ରା ସଂକ୍ରମଣ ହେବାର କାରଣ ହେଉଛି ମହିଳାଙ୍କ ପରିସ୍ରା ଥଳୀ(୫.୧ ସେଣ୍ଟିମିଟର) ହୋଇଥିବା ବେଳେ ପୁରୁଷଙ୍କ ପରିସ୍ରା ଥଳୀ(୨୦ ସେଣ୍ଟିମିଟର) ହୋଇଥାଏ ।
ମହିଳାଙ୍କ ମୁତ୍ରାଶୟ ବ୍ୟାକ୍ଟେରିଆଙ୍କ ଦ୍ୱାରା ଖୁବ୍ ଶୀଘ୍ର ସଂକ୍ରମିତ ହୋଇଥାଏ । ଏମାନଙ୍କ ୟୁରେଥ୍ରୋ ବା ପରିସ୍ରା ନଳୀ ଛୋଟ ହୋଇ ଥିବାରୁ ବ୍ୟାକ୍ଟେରିଆ ଭିତରକୁ ସହଜରେ ପ୍ରବେଶ କରିଥାନ୍ତି । ପ୍ରାୟ ସମସ୍ତେ ଜୀବନରେ ଥରେ ନା ଥରେ ନିଶ୍ଚୟ ୟୁଟିଆଇର ଶିକାର ହୋଇଥାନ୍ତି । କିଛି ଲୋକ ଦୁଇ ବା ତତୋଧିକ ଥର ମଧ୍ୟ ୟୁରିନାରୀ ଟ୍ରାକ୍ ସଂକ୍ରମଣର ଶିକାର ହୋଇଥାନ୍ତି ।
ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା କରିବା ସମୟରେ ଜ୍ୱଳନ ବା ଯନ୍ତ୍ରଣା ଅନୁଭବ , ପରିସ୍ରାରେ ରକ୍ତ ଆସିବା, ଜ୍ୱର ସହ ତଳିପେଟ ବିନ୍ଧା ହେବା, ବେଳେ ବେଳେ ପରିସ୍ରା ଲାଲ୍ ହୁଏ, ପରିସ୍ରା ସଂକ୍ରମଣକୁ ଅବହେଳା କରିବା ଦ୍ୱାରା ଜ୍ୱର ମଧ୍ୟ ଆସିଥାଏ
ବିବାହତି ମହିଳାଙ୍କଠାରେ ଏହାର ଆଶଙ୍କା ଅଧିକ, ଯେଉଁମାନେ କମ୍ ପାଣି ପିଇଥାନ୍ତି, ଯେଉଁମାନେ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ନଥାନ୍ତି, ଯେଉଁମାନେ ବାରମ୍ବାର ଅନ୍ତର୍ବସ୍ତ୍ର ପରିବର୍ତ୍ତନ ନ କରନ୍ତି, ମଧୁମେହ ଥିବା ମହିଳାଙ୍କଠାରେ ଆଶଙ୍କା ଅଧିକ, ଗର୍ଭାବସ୍ଥାରେ ୟୁଟିଆଇର ଆଶଙ୍କା ଅଧିକ
ଯେଉଁମାନଙ୍କୁ ବାରମ୍ବାର ୟୁଟିଆଇ ସଂକ୍ରମଣ ହେଉଥାଏ, ସେମାନେ ପରୀକ୍ଷା କରାଇ ନେବା ଉଚିତ୍ । ଅଲଟ୍ରାସାଉଣ୍ଡ, କିଡ୍ନୀ ଓ କିଡ୍ନୀ ନଳୀ ମଧ୍ୟ ପରୀକ୍ଷା କରାଇ ନେବା ଉଚିତ୍ । କାରଣ କେବେ କେବେ କିଡ୍ନୀରେ ପଥର ଯୋଗୁ ମଧ୍ୟ ପରିସ୍ରା ସଂକ୍ରମଣ ହୋଇଥାଏ । ଏହି ସ୍ଥିତିରେ ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନେବା ଜରୁରି ।
ଶରୀରରେ ଜଳାଭାବ ହେବାକୁ ଦିଅନ୍ତୁ ନାହିଁ । ଆବଶ୍ୟକ ସ୍ୱାସ୍ଥ୍ୟକର ଖାଦ୍ୟ ସହ ଜୁସ୍ ନିୟମିତ ନିଅନ୍ତୁ । ସେହିପରି ନିୟମିତ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ । ଯଦି କୌଣସି ରୋଗ ଯେପରିକି ମଧୁମେହ, ହାଇପର୍ ଟେନସନ୍ ଆଦି ଥାଏ, ତେବେ ଯଥା ସମୟରେ ଏହାର ଚିକିତ୍ସା କରାନ୍ତୁ । କାରଣ ଏମାନଙ୍କଠାରେ ୟୁରିନାରୀ ଟ୍ରାକ୍ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ ।
ଯଥାସମ୍ଭବ ପବ୍ଲିକ୍ ବାଥ୍ରୁମ୍ ବ୍ୟବହାର କରନ୍ତୁ ନାହିଁ । ଯଦି ନିହାତି ଦରକାର ପଡେ, ତେବେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ । ନିୟମିତ କ୍ରାନ୍ବେରୀ ଜୁସ୍ ନେବା ଦ୍ୱାରା ମଧ୍ୟ ଏହି ସଂକ୍ରମଣର ଆଶଙ୍କା କମ୍ ରହିଥାଏ ।
Powered by Froala Editor