ଭାରତ ପାଇଁ ନୂଆ କୀର୍ତ୍ତି : ଅଶ୍ୱଚାଳନାରେ ଅନୁଷ ଜିତିଲେ ବ୍ରୋଞ୍ଜ
ଚାଇନାର ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଗେମ୍ସରେ ଭାରତକୁ ଆଜି ଆଉ ଗୋଟିଏ ପଦକ ମିଳିଛି। ଅଶ୍ୱଚାଳନାର ଡ୍ରେସେଜ(ବ୍ୟକ୍ତିଗତ) ଇଭେଣ୍ଟରେ ଭାରତ ଜିତିଛି ଐତିହାସିକ ବ୍ରୋଞ୍ଜ। ଭାରତ ପାଇଁ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ୨୪ ବର୍ଷୀୟ ଅନୁଶ ଅଗ୍ରୱାଲ।
ଭାରତକୁ କେବେ ହେଲେ ବି ଆଜି ଯାଏ ଏସିଆନ ଗେମ୍ସରେ ଅଶ୍ୱଚାଳନାର ଡ୍ରେସେଜ ଇଭେଣ୍ଟରେ ପଦକ ମିଳି ନଥିଲା। ହେଲେ ଅନୁଶ ଓ ତାଙ୍କ ଘୋଡ଼ା ଇଟ୍ରୋ ଚମତ୍କାର ପ୍ରଦର୍ଶନ କରି ପଦକ କବଜା କରିଛନ୍ତି। ଏହି ଇଭେଣ୍ଟରେ ମାଲେସିଆ ଖେଳାଳି ୭୫.୭୮୦ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ହଂକଂ ଖେଳାଳି ୭୩.୪୫୦ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି। ଭାରତର ଅନୁଷ ଅଗ୍ରୱାଲ ୭୩.୦୩୦ ସ୍କୋର କରି ଏହି ଇଭେଣ୍ଟରେ ତୃତୀୟ ସ୍ଥାନ କରିବା ସହ ବ୍ରୋଞ୍ଜ ପଦକ ପାଇଛନ୍ତି।
Powered by Froala Editor