ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ବିଜେଡିରେ ସାମିଲ
ଭୁବନେଶ୍ୱର- ଯାଜପୁର ନିର୍ବାଚନମଣ୍ଡଳୀର ଯୁବନେତା ତଥା ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଗତକାଲି ଶଙ୍ଖ ଭବନଠାରେ ବିଜୁଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ଡକ୍ଟର ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।
ଏହି ଅବସରେ ବିଜେଡ଼ିରେ ସାମିଲ୍ ହୋଇଥିବା ଶ୍ରୀ ଧଳ ଏବଂ ଶ୍ରୀମେକାପ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଲୁ । ଯାଜପୁର ଜିଲ୍ଲାରେ ବିଜେପି ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ଏବଂଦଳରେ କାମ କରିବାର ସୁଯୋଗ ମିଳୁନଥିବାରୁ କ୍ଷୋଭ ପ୍ରକାଶକରି ବିଧିବଦ୍ଧ ଭାବେ ବିଜୁଜନତା ଦଳରେ ସାମିଲ୍ ହୋଇଛୁ ।ଦଳରେ ଆମକୁ ଗ୍ରହଣକରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତାଜ୍ ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ବିଜେପି ଛାଡି ବିଜେଡିରେ ମିଶିଥିବା କର୍ମକର୍ତ୍ତାମାନେ ହେଲେ ଯାଜପୁର ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ମହିଳା ମୋର୍ଚ୍ଚାର ଉପସଭାପତି ମନୋରମା ମିଶ୍ର, ମାଳନ୍ଦାପୁର ଗ୍ରାମ ପଞ୍ଚାୟତର ୱାର୍ଡ଼ ମେମ୍ବର ଅଶୋକ ଧଳ, ଶମ୍ବୁନାଥ ଦାସ, ଭୁବନେଶ୍ୱର ଗ୍ରାମ ପଞ୍ଚାୟତର ସମ୍ପାଦକ ରଞ୍ଜନ କୁମାରସ୍ୱାଇଁ, ବେରୁଡ଼ା ମୋର୍ଚ୍ଚାର ସଦସ୍ୟ କାଞ୍ଜନବାଳା ସାମଲଙ୍କ ସହ ଶତାଧିକ କର୍ମକର୍ତ୍ତା ଓ କର୍ମୀ ବିଜୁଜନତା ଦଳରେ ଯୋଗ ଦେଇଥିଲେ ।
Powered by Froala Editor