ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

ଜ୍ୟୋତିଷ ଶାସ୍ତ୍ରରେ କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ସଭିଏଁ ନିଜର ଧନ ସଞ୍ଚୟ କରି ବୃଦ୍ଧି କରିବାକୁ ଇଚ୍ଛା ରଖି ଥାଆନ୍ତି। ଅନେକ ସମୟରେ ଦେଖାଯାଏ ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହିଥାଏ। ପର୍ସରେ ଯେତେ ଟଙ୍କା ରଖିଲେ ମଧ୍ୟ ଖାଲି ହୋଇଯାଏ। ତେବେ ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ କିଛି ସରଳ ଉପାୟ ଜାଣନ୍ତୁ..
ପର୍ସରେ ଅଳ୍ପ କିଛି ଚାଉଳ ରଖିବା ଦ୍ୱାରା ଧନ ବଢିବା ସହ ସଫଳତା ମିଳିଥାଏ।
ପର୍ସରେ କିଛି ଚାଉଳ ରଖିବା ଦ୍ୱାରା ଟଙ୍କା ଆଦୌ ଖାଲି ହୋଇନଥାଏ।
ଇଚ୍ଛା ଅନୁଯାୟୀ ଟଙ୍କା ସଞ୍ଚୟ ମଧ୍ୟ ହୋଇ ପାରିଥାଏ।
ପର୍ସରେ ଚାଉଳ ରଖିବା ଦ୍ୱାରା ଅଯଥାରେ ଖର୍ଚ୍ଚ ହୋଇନଥାଏ।
ଧନର ବୃଦ୍ଧି ଓ ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ ଘରେ ମା’ଲକ୍ଷ୍ମୀଙ୍କ ଫଟୋ ସହ କୁବେରଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ ହୋଇଥାଏ। ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ପୂଜା କରି ପର୍ସରେ ରଖନ୍ତୁ।
Powered by Froala Editor