ସ୍କ୍ରବ ଟାଇଫସ: ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି
ଭୁବନେଶ୍ୱର : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ହୋଇଛି । ସୂଚନାନୁଯାୟୀ, ଜିଲ୍ଲାରେ ୪୨ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡଃ କାହ୍ନୁଚରଣ ନାୟକ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧ରେ ପହଂଚିଛି ।
ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ୨୦ ଯାଏ ସରକାରୀ ଭାବେ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି । ଜାନୁଆରୀ ୧ ତାରିଖରୁ ଏହି ରୋଗର ଲକ୍ଷଣ ଦେଖା ଦେବା ପରେ ଡାକ୍ତରମାନେ ରକ୍ତ ନମୁନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥିଲେ । ହେଲେ ସେପ୍ଟେମ୍ବର ୧୨ ତାରିଖ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ରହିଥିଲା ।
Powered by Froala Editor