ସୋସିଆଲ ମିଡ଼ିଆରେ ପୋଲସରା ବିଧାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ
ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି। ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି।
ସଂଯୁକ୍ତା ମହଲା ନାମକ ଜଣେ ମହିଳା ଓ ବିକାଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଛନ୍ତି ବିଧାୟକ। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁକ୍ଷ ବିଧାୟକ ଏହି ଏତଲା ୧୬ ତାରିଖରେ ଦେଇଥିବା ଜଣାପଡ଼ିଛି।
ତେବେ ବିଜୁ ଜନତା ଦଳର ନାରୀ ନେତ୍ରୀ ସଂଯୁକ୍ତା ମହଲା କିଛି ମାସ ପୂର୍ବେ ବିଧାୟକ ଶ୍ରୀକାନ୍ତଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ବିଧାୟକ ତାଙ୍କୁ ମାନସିକ, ଶାରୀରିକ ନିର୍ୟାତନା ଦେଇଥିବା ଅଭିଯୋଗ କରିଥିଲେ। ହେଲେ ସେ ମହିଳା ଥାନାରେ ସେ ଉପଯୁକ୍ତ ନ୍ୟାୟ ପାଇନଥିଲେ। ପରେ ସଂଯୁକ୍ତା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଛନ୍ତି।
Powered by Froala Editor