ଭିଣୋଇକୁ ଟାଙ୍ଗିଆରେ ହାଣିଲା ଶଳା
ନାରାୟଣପାଟଣା : ଶଳାର ଟାଙ୍ଗିଆ ଚୋଟରେ ଭିଣୋଇ ମୃତ। ଶୋଇଥିବା ବେଳେ ଭିଣୋଇକୁ ଟାଙ୍ଗିଆରେ ହାଣିଦେଲା ସମ୍ପର୍କୀୟ ଶଳା। କୋରାପୁଟ ବନ୍ଧୁଗାଁ ଥାନା କାପଲୋଡା ପଞ୍ଚାୟତ ମାଣିକିୱାଲସାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ଧାର୍ମୟା ହିମେରିକା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଅଭିଯୁକ୍ତକୁ ଅଟକ ରଖିଛି। ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି।
Powered by Froala Editor