ବାବରଙ୍କ ପତ୍ନୀ ହେବେ ତାଙ୍କ ଦାଦାଙ୍କ ଝିଅ
ଲାହୋର: ପାକିସ୍ତାନର ପ୍ରତିଭାବନ ବ୍ୟାଟସମ୍ୟାନ ବାବର ଆଜମଙ୍କ ନିର୍ବନ୍ଧ ଶେଷ ହୋଇଛି । ଆସନ୍ତାବର୍ଷ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ । ପାକିସ୍ତାନ ସୁପର ଲିଗ ଖେଳିବା ଲାଗି ସମ୍ପ୍ରତି ସଙ୍ଗରୋଧରେ ଥିବା ବାବର ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବେ । ଉଭୟ ପରିବାର ଏହି ସମ୍ପର୍କରେ ବହୁତ ଖୁସି ଥିଲା ବେଳେ କରୋନା କଟକଣା ପରେ ଆସନ୍ତାବର୍ଷ ଉଭୟଙ୍କର ବିବାହ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ବାବରଙ୍କ ପତ୍ନୀ ହେବେ ତାଙ୍କ ଦାଦାଙ୍କ ଝିଅ । ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ତେବେ ପ୍ରାକ କି୍ରକେଟ ଦଳର ଅଧିନାୟକ ଆଝାର ଅଲ୍ଲୀ କିଛି ଦିନ ପୂର୍ବରୁ ଏହାର ସଙ୍କେତ ଦେଇ ସାରିଥିଲେ । ପାକିସ୍ତାନ ସୁପରଲିଗ ଶେଷ ହେବା ପରେ ପାକିସ୍ତାନ କି୍ରକେଟ ଦଳ ସହ ଇଂଲଣ୍ଡ ଗସ୍ତ କରି ବାବର ତିନିଟି ଲେଖାଏଁ ଦିନିକିଆ ଓ ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିବେ । ଏହାପରେ ୱେଷ୍ଟ ଇଣ୍ଡିଜ ଯାଇ ଶୃଙ୍ଖଳା ଖେଳିବେ । ଏଣୁ ବିବାହ ପାଇଁ ୨୦୨୨ରେ ହିଁ ତାଙ୍କୁ ସମୟ ମିଳିବ । ସୂଚନା ଯୋଗ୍ୟ ଯେ ଗତ କିଛି ବର୍ଷ ହେବ ପାକିସ୍ତାନ ବ୍ୟାଟିଂ ମେରୁଦଣ୍ଡ ପାଲଟିଥିବା ବାବର ସମ୍ପ୍ରତି ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି ।
Powered by Froala Editor