ପୋଖରୀରେ ମାଛ ଦେଖାଇବାକୁ ଡାକିନେଇ ଛାତ୍ରୀଙ୍କୁ ବଳାତ୍କାର

ଯାଜପୁର ଜିଲ୍ଲା କାଳିଆପାଣି ଥାନା ସୁକୁରଙ୍ଗି ଅଞ୍ଚଳରେ ବଳାତ୍କାର ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ରତ୍ନାକର ଦେହୁରୀ। ରତ୍ନାକର ପ୍ରଥମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା ।
ଛାତ୍ରୀ ଦ୍ୱୟ ସ୍କୁଲରୁ ଫେରି ସେମାନଙ୍କ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ରତ୍ନାକର ଗାଁ ପୋଖରୀରେ ମାଛ ଦେଖାଇ ଦେବେ ବୋଲି କହି ଡାକି ନେଇଥିଲେ। ପୋଖରୀ ନିକଟରେ ସେ ଦୁଇ ଝିଅଙ୍କୁ ଦୁଷ୍କର୍ମ କରିଥିଲେ। ଦୁଇ ନାବାଳିକା ପୋଖରୀ ପାଖରେ କାନ୍ଦୁଥିବା କିଛି ସ୍ଥାନୀୟ ଲୋକ ଦେଖି ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ଉଭୟ ଛାତ୍ରୀଙ୍କ ପରିବାର ଲୋକେ କାଳିଆପାଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁଇ ଝିଅଙ୍କୁ ଡାକ୍ତରଖାନା ପଠାଇବା ସହିତ ରତ୍ନାକର ଦେହୁରୀଙ୍କୁ ଗିରଫ କୋର୍ଟ ଚାଲାଣ କରିଛି।
ଏ ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଗ୍ରାମବାସୀ ପୁୂଲିସ ଥାନା ଘେରାଉ କରିଥିଲେ ।
Powered by Froala Editor