ମନ୍ଦିରକୁ ମଦ ପିଇ ପଶିଲେ ରାଣୀ, ବାହାର କରିଦେଲା ପୁଲିସ

ମଧ୍ୟପ୍ରଦେଶର ପନ୍ନାଠାରେ ଜନ୍ମାଷ୍ଟମୀରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ରାଜ ପରିବାରର ସଦସ୍ୟା ବା ପୂର୍ବତନ ରାଣୀ ଜିତେଶ୍ୱରୀ ଦେବୀଙ୍କୁ ଜନ୍ମାଷ୍ଟମୀ ଉତ୍ସବ ପାଳନ ସମୟରେ ପୁଲିସ୍ ମନ୍ଦିର ବାହାରକୁ ବାହାର କରିଦେଇଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ରାଣୀ ମନ୍ଦିର କର୍ତ୍ତୃପକ୍ଷ ଏବଂ ପୁଲିସ୍ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଜିତେଶ୍ୱରୀ ଦେବୀ ମଦ୍ୟପାନ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ବୋଲି ଉପସ୍ଥିତ ଲୋକମାନେ ପ୍ରକାଶ କରିଛନ୍ତି।
ସୂଚନା ରହିଛି ଯେ ପନ୍ନା ଜିଲ୍ଲାର ବୁନ୍ଦେଲଖଣ୍ଡଠାରେ ଥିବା ଜୁଗଳ କିଶୋର ମନ୍ଦିରରେ ପ୍ରତିବର୍ଷ ଜନ୍ମାଷ୍ଟମୀରେ ପୂଜାର୍ଚ୍ଚନା ହୋଇଥାଏ। ଏବର୍ଷ ଜନ୍ମାଷ୍ଟମୀ ପୂଜା ଚାଲିଥିବା ବେଳେ ଜିତେଶ୍ୱରୀ ଦେବୀ ମନ୍ଦିର ଭିତରକୁ ପ୍ରବେଶ କରି ଆଳତୀ କରିବାକୁ ଜିଦ୍ ଧରିଥିଲେ। ସେହି ସମୟରେ ପେଲାଠେଲା ଉପୁଜି ସେ ତଳେ ପଡ଼ି ଯାଇଥିଲେ। ପୁଲିସ୍ ବାଧ୍ୟ ହୋଇ ରାଣୀଙ୍କୁ ମନ୍ଦିର ବାହାରକୁ ନେଇ ଯାଇଥିଲା।
Powered by Froala Editor