ଓଡ଼ିଶାର କାରୁକାର୍ୟ୍ୟପୂର୍ଣ୍ଣ ଐତିହ୍ୟ କୋଣାର୍କ ଚକ୍ର ସହ ବିଶ୍ୱକୁ ପରିଚିତ କରାଇଲେ ମୋଦି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁଇ ଦିନିଆଇ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି । ଏନେଇ ଭାରତ ମଣ୍ଡପରେ ବିଶ୍ୱର ବଡ଼ ବଡ଼ ନେତା ଓ ରାଷ୍ଟ୍ରଦୂତ ଏକାଠି ହୋଇଛନ୍ତି । ଆଉ ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର କାରୁକାର୍ୟ୍ୟପୂର୍ଣ୍ଣ ଐତିହ୍ୟ କୋଣାର୍କ ଚକ୍ର । ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ଶିଖର ସମ୍ମିଳନୀରେ ଓଡ଼ିଶାର କାଳଜୟୀ ଆଶ୍ଚର୍ୟ୍ୟ କୋଣାର୍କ ଚକ୍ର ସ୍ଵାଗତର ପ୍ରତିବିମ୍ବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଣାର୍କ ଚକ୍ର ନିକଟରେ ବିଦେଶୀ ନେତା ଏବଂ ଗୁରୁତ୍ଵପୂର୍ଣ୍ଣ ସଙ୍ଗଠନର ପ୍ରମୁଖ୍ୟଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ସହ ସେଲଫି ଉଠାଉଥିବା ଦେଖିବାକୁ ମିଳିଛି। ଯାହାକି ସମସ୍ତ ଭାରତୀୟ ତଥା ବିଶେଷ ଭାବରେ ଆମ ଓଡ଼ିଆ ଭାଇ ଭଉଣୀମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଭାରତର ସଭ୍ୟତା, ସଂସ୍କୃତି ଏବଂ ସ୍ଥାପତ୍ୟ ଓ ଉତ୍କର୍ଷତାର ପ୍ରତୀକ କୋଣାର୍କ ଚକ୍ର ନିରନ୍ତରତା ଓ ପ୍ରଗତିର ପ୍ରତିଫଳକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଣାର୍କ ଚକ୍ର ନିକଟରେ ଛିଡ଼ା ହୋଇ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଜର୍ମାନୀ ଚାନସେଲର, ଇଟାଲି ପ୍ରଧାନମନ୍ତ୍ରୀ , ବିଶ୍ୱ ବ୍ୟାଙ୍କର ଚିଫ୍ ଅଜୟ ବାଙ୍ଗା, ଜାତିସଂଘ ସେକ୍ରେଟାରୀ ଜେନେରାଲ ଆନଣ୍ଟୋନିଆ ଗୁଟରସ୍ ଓ ଅନ୍ୟ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି।ସେମାନଙ୍କ ବାଦ ସେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, କାନାଡ଼ା ପ୍ରଧାନମନ୍ତ୍ରୀ,ଆର୍ଜେଣ୍ଟିନା ପ୍ରେସିଣ୍ଡେଣ୍ଟ, ୟୁନାଇଟେଡ ନେସନ୍ସ ପ୍ରେସିଣ୍ଟେଣ୍ଟ ପ୍ରମୁଖଙ୍କୁ ମଧ୍ୟ ଜୋରଦାର ଢଙ୍ଗରେ ସ୍ୱାଗତ କରିଛନ୍ତି।
ଏବେ ସମଗ୍ର ବିଶ୍ୱର ନଜର ମୋଦୀଙ୍କ ଉପରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କୋଣାର୍କ ଚକ୍ର ନିକଟରେ ଛିଡ଼ା ହୋଇ ସମଗ୍ର ବିଶ୍ୱକୁ ଓଡ଼ିଶା ଐତିହ୍ୟ ସହ ପରିଚିତ କରାଇଛନ୍ତି।
୧୩ ଶହ ଶତାଦ୍ଦିରେ ନିର୍ମିତ କୋଣାର୍କ ଚକ୍ର ପୁରାତନ ଭାରତର ସମୃଦ୍ଧ କାରୁକାର୍ୟ୍ୟକୁ ପ୍ରସ୍ପୁଟିତ କରୁଛି। ଏହି କୋଣାର୍କ ଚକ୍ର ସମୟ ସହ କାଳଚକ୍ର, ଉନ୍ନତି ଓ ପରିବର୍ତ୍ତନର ଧାରାକୁ ବି ସୂଚାଉଛି। ଏହା ସ୍ୱାଧୀନ ଭାରତର ଏକ ଶକ୍ତିଶାଳୀ ଚିହ୍ନ ହୋଇଥିବା ବେଳେ ଏହା ସବୁବେଳେ ସମାଜର ଉନ୍ନତି ସହ ଗଣତାନ୍ତ୍ରୀକ ଚିନ୍ତାଧାରା ଉପରେ ଗୁରୁତ୍ୱ ଦେଇଥାଏ।
Powered by Froala Editor