ପ୍ରଗତି ମଇଦାନର ଭାରତ ମଣ୍ଡପରେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜିଠୁ ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆରମ୍ଭ ହେବ ଜି ୨୦ ସମ୍ମିଳନୀ । ପ୍ରଗତି ମଇଦାନର ଭାରତ ମଣ୍ଡପରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀକୁ ସ୍ବାଗତ କରିଛନ୍ତି । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ପ୍ରଥମ ସେସନ । ବିଶ୍ବ ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହେବ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ୩୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏବଂ ୟୁରୋପୀୟ ସଂଘର ଶୀର୍ଷ ଅଧିକାରୀମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଜି ୨୦ ମହାକୁମ୍ଭ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀରେ ପୋଲିସ ଛାଉଣୀ ହୋଇଛନ୍ତି ।
Powered by Froala Editor