ଜି-୨୦ ସମ୍ମିଳନୀ: ଦିଲ୍ଲୀରେ ଆର୍ଜେଣ୍ଟିନା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଶନିବାର ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି ୨୦ ଶିଖର ସମ୍ମିଳନୀ । ବିଶ୍ବ ନେତାଙ୍କ ଅପେକ୍ଷାରେ ପ୍ରଗତୀ ମଇଦାନର ଭାରତ ମଣ୍ଡପ । ଏହା ପୂର୍ବରୁ ଜଣଙ୍କ ପରେ ଜଣେ ବିଶ୍ବନେତା ଦିଲ୍ଲୀରେ ପହଞ୍ଚୁଛନ୍ତି । ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ ଇସ୍ପାତ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ସ୍ବାଗତ କରିଛନ୍ତି । ପାରମ୍ପରିକ ନୃତ୍ୟରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା । ଆଉ କିଛି ସମୟ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିବେ । ଗୁରୁବାର ମରିସସ୍ ପ୍ରଧାନମନ୍ତ୍ରୀ, ଆଇଏମଫ୍ ମ୍ୟାନେଜିଂ ଡାଇରେକ୍ଟରେ ଦିଲ୍ଲୀରେ ପହଞ୍ଚିଥିଲେ । ଜି-୨୦ ସମ୍ମିଳନୀକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସକାଳୁ ସହରରେ ଟ୍ୟାକ୍ସି ଓ ଅଟୋ ଚାଳଚଳ ବନ୍ଦ ରହିଛି । ସମ୍ମିଳନୀ ସମୟରେ ପ୍ରଗତି ମୈଦାନକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯିବ ।
Powered by Froala Editor