୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ

ହିନ୍ଦୋଳ : ହିନ୍ଦୋଳ ନଗର ମଣ୍ତଳ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ହିନ୍ଦୋଳ ଏନଏସିର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଯାନବାହନ ଚଳାଚଳ ସହ ଜୀବନଯାତ୍ରା ଠପ୍ ହୋଇଯାଇଛି ।
ହିନ୍ଦୋଳ ଡାକ୍ତରଖାନାରେ ଖାଲିଥିବା ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ, ଅଘୋଷିତ ବିଦ୍ୟୁତ କାଟକୁ ରୋକି ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ଜଙ୍ଗଲୀ ହାତୀ ବ୍ୟାପକ ଧନ ଜୀବନ ନଷ୍ଟ କରୁଥିବାରୁ ଏହାକୁ ରୋକିବାକୁ ଉଚିତ୍ ପଦକ୍ଷେପ ଗ୍ରହଣ, ହିନ୍ଦୋଳ ଖେଳପଡିଆର ଉନ୍ନତି କରଣ, ଏନଏସିରେ ହେଉଥିବା ମୁକ୍ତା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ସ୍ୱଚ୍ଛତା ଅବଲମ୍ବନ, ବାସହୀନ ପରିବାରକୁ ତୁରନ୍ତ ଜମିପଟା ଓ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଆଦି ଦାବି ନେଇ ସକାଳ ୬ ଟାରୁ ଏନଏସି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଦଳୀୟ କର୍ମକର୍ତ୍ତା ରାସ୍ତା ଅବରୋଧ କରି ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳୁଛି।
Powered by Froala Editor