ପୁରୀରେ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ କୋରାପୁଟର ଯୁବକ-ଯୁବତୀ
ପୁରୀ ରେଳ ଷ୍ଟେସନର ୫ ନମ୍ୱର ପ୍ଲାଟ୍ଫର୍ମଠାରୁ ୩୦୦ମିଟର ଦୂରରେ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯବକ ଓ ଯୁବତୀ। ମୃତକମାନେ ହେଲେ ତୃପ୍ତିମୟୀ ସାହୁ (୨୧) ଓ ଯତୀନ ଶଙ୍କର ପାଢ଼ୀ (୨୩)। ଜିଆରପି ଓ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଜିଆରପି ପୁଲିସ ଘଟଣାସ୍ଥଳରୁ ଜବତ କରିଥିବା ଆଧାରକାର୍ଡ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରୁ ଜାଣିବାକୁ ପାଇଛି ଯେ, ମୃତକମାନେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର। ପୁଲିସ ମୃତକଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଜବତ କାଗଜପତ୍ର କୋଟପାଡ଼ ଥାନାକୁ ପଠାଇ ଘଟଣାର ତଦନ୍ତ କରୁଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ସେମାନେ ପୁରୀକୁ କ’ଣ ପାଇଁ ଆସିଥିଲେ? କେବେଠାରୁ ଆସିଥିଲେ? ଉଭୟ ସମ୍ପର୍କ କ’ଣ? ଏ ସବୁ ତଦନ୍ତ କରାଯିବା ବୋଲି ଜିଆର୍ପି ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବାହୀନିପତି କହିଛନ୍ତି।
Powered by Froala Editor