ସନ୍ଧ୍ୟାରେ ବୁଲୁଥିଲେ ଟାଇଗର, ମାମଲା ରୁଜୁ କଲା ପୁଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ମୁମ୍ବାଇ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିିଛି । ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ତାଙ୍କ ବିରୋଧରେ ଧାରା ୧୮୮ ଅଧିନରେ ଏକ ମାମଲା ରୁଜୁ କରାଯାଇଥିଲା ।
ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ, ମୁମ୍ବାଇରେ ଦିନ ଦ୍ୱିପ୍ରହର ପରେ ବାହାରେ ଯାତାୟାତ ଉପରେ କଟକଣା ଲଗାଯାଇଛି । କିନ୍ତୁ ଟାଇଗର ଶ୍ରଫ ବାଦ୍ରା ସ୍ଥିତ ବେଣ୍ଡଷ୍ଟାଣ୍ଡରେ ସନ୍ଧ୍ୟା ସମୟରେ ବାହାରେ ବୁଲିଥିବା ନଜର ଆସିଥିଲା। ଦୀର୍ଘ ସମୟ ସେ ବାହାରେ ଥିବା ବେଳେ ଏନେଇ ସେ କୗେଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାହା ପରେ ସବୁ ତଥ୍ୟ ନେବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା ।
Powered by Froala Editor