ଖଟରୁ ପଡ଼ିଗଲେ ୧୬୦କେଜିର ବୃଦ୍ଧା, ଉଠାଇବାକୁ ଅଗ୍ନିଶମ ବାହିନୀ ଡାକିଲେ ପରିବାର ଲୋକେ

ମହାରାଷ୍ଟ୍ରର ଥାଣେରେ ଘଟିଛି ଅଜବ ଘଟଣା। ଗୁରୁବାର ୬୨ବର୍ଷୀୟ ବୃଦ୍ଧାଜଣକ ଶୋଇଥିବା ବେଳେ ଖଟ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ବୃଦ୍ଧାଙ୍କୁ ଖଟ ଉପରକୁ ଉଠାଇବା ପାଇଁ ଅଗ୍ନିଶମ ବାହିନୀ ଡାକିଥିଲେ।
ମହିଳା ଜଣକ ଖଟରୁ ପଡ଼ିଯିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ କାହିଁକି ଆସିବାକୁ ପଡ଼ିଲା ବୋଲି ଭାବୁଥିବେ ନିଶ୍ଚୟ! ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସମ୍ପୃକ୍ତ ମହିଳାଙ୍କ ଓଜନ ଦେଢ଼ କ୍ୱିଣ୍ଟାଲରୁ ଅଧିକ। ସେ ୧୬୦ କିଲୋଗ୍ରାମ ଓଜନର। ୬୨ ବର୍ଷିୟ ଏହି ମହିଳା ଜଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ତାଙ୍କର ମୋବିଲିଟି ସମସ୍ୟା ଥିବାରୁ ଶରୀରର ଅଙ୍ଗ ସହଜରେ ଗତି କରିପାରୁ ନାହିଁ। ଫଳରେ ବସିବା ସ୍ଥାନରୁ ଉଠିବା, ଉଠିବା ସ୍ଥାନରୁ ବସିବା କଷ୍ଟକର ହୋଇପଡୁଛି।
ଶୋଇଥିବା ସମୟରେ ହଠାତ୍ ଖଟ ଉପରୁ ତଳକୁ ଖସି ପଡ଼ିଲେ ମହିଳା। ଏଥିପାଇଁ ପରିବାର ଲୋକେ ଖଟ ଉପରୁ ତାଙ୍କୁ ଉଠାଇବାରେ ଅକ୍ଷମ ହେଲେ। ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ କଲ୍ କଲେ।
Powered by Froala Editor