ଚନ୍ଦ୍ରକୁ ଜାପାନ ପଠାଇଲା ଲ୍ୟାଣ୍ଡର୍

ଟୋକିଓ: ଭାରତ ଚନ୍ଦ୍ରରେ ସଫଳତାର ସହ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍କୁ ଅବତରଣ କରାଇବା ପରେ ଏବେ ଜାପାନ ମଧ୍ୟ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଇଛି । ଗୁରୁବାର ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି । ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ ସଫଳ ହୋଇଛି ।
ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ୟ୍ୟ କରିଆସୁଛି । ଏହି ମିଶନ ଅଧୀନରେ ସ୍ମାର୍ଟ ଲ୍ୟାଣ୍ଡରକୁ ଚନ୍ଦ୍ର ଉପରେ ଅନୁସନ୍ଧାନ କରିବାକୁ ଅବତରଣ କରିବାକୁ ପଡିବ । ଆସନ୍ତା ବର୍ଷ ଆରମ୍ଭରେ ଚନ୍ଦ୍ରରେ ଅବତରଣର ସମୟ ଧାର୍ୟ୍ୟ କରାଯାଇଛି ।
Powered by Froala Editor