ବିମାନ ସାରା ବୁଲି ବୁଲି ଝାଡ଼ା କଲେ ଯାତ୍ରୀ
ଆକାଶରେ ବିମାନ ଉଡୁଥିବାବେଳେ ବୁଲି ବୁଲି ଝାଡା ଫେରିଥିଲେ ଯାତ୍ରୀ । ଫଳରେ ବିମାନ ଜରୁରୀ ଅବତରଣ କରିଛି ।
ଏୟାର ଟ୍ରାଫିକଙ୍କୁ ପଠାଇ ଯାଇଥିବା ବାର୍ତ୍ତା ଅନୁଯାୟୀ, ବିମାନ ୩୭,୦୦୦ ଫୁଟ ଉଚ୍ଚରେ ଉଡୁଥିବାବେଳେ ଜଣେ ଯାତ୍ରୀଙ୍କୁ ଡାଇରିଆ ହୋଇଯାଇଥିଲା। ଏହି କାରଣରୁ ସେ ବିମାନର ସ୍ଥାନେସ୍ଥାନେ ମଳତ୍ୟାଗ କରି ଦେଇଥିଲେ। ଯେଉଁ କାରଣରୁ ବିମାନରେ ବସି ଯାତ୍ରା କରୁଥିବା ସହଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ହୋଇଥିଲା। ବିମାନରେ ଦୁର୍ଗନ୍ଧ ଭରି ଯାଇଥିଲା । ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ପାଇଲଟ ବିମାନକୁ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହାପରେ ବିମାନକୁ ଜରୁରୀ ଅବତରଣ କରିଥିଲା। ଅବତରଣ ପରେ ବିମାନକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରାଯାଇଥିଲା। ପରିଷ୍କାର ହେବା ପରେ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା। ଆଉ ସ୍ପେନର ବାର୍ସିଲୋନାରେ ଯାଇ ପହଞ୍ଚିଥିଲା।
ପ୍ରାୟ ସମୟରେ ଦେଖୁବାକୁ ମିଳେ ଯେ, କୌଣସି ଯାତ୍ରୀଙ୍କ ଦୁର୍ବ୍ୟବହାର କିମ୍ବା ବିମାନ ତ୍ରୁଟି ଯୋଗୁଁ ଅବତରଣ କରିବାକୁ ପଡେ । ହେଲେ ଯାତ୍ରୀଙ୍କ ଏପରି ଅସୁବିଧା ଯୋଗୁଁ ବିମାନ ଅବତରଣ କରିବା ବୋଧହୁଏ କେବେ ହୋଇନାର୍ହି ବୋଲି କୁହାଯାଇଛି ।
Powered by Froala Editor