ଦୁର୍ଘଟଣାରେ ପୂରା ପରିବାରର ମୃତ୍ୟୁ, ବଞ୍ଚିଗଲା ୩ ବର୍ଷର ଶିଶୁ

ଅନାଥ ହୋଇଯାଇଛି ୩ ବର୍ଷର ଶିଶୁଟି । କିଛି ବୁଝିବା ଆଗରୁ ତାର ପରିବାର ତାକୁ ଛାଡି ଚାଲିଯାଇଛନ୍ତି । ଦୁର୍ଘଟଣା ଦେଖିଥିବା ଲୋକେ ପିଲାଟିକୁ ଦେଖି କାନ୍ଦୁଛନ୍ତି । ଯେତେବେଳେ ସେ ଆଖି ଖୋଲିବ ବାପା, ମା ଓ ଜେଜେବାପା, ଜେଜେ ମା’ଙ୍କୁ ଖୋଜିବ କ’ଣ ଉତ୍ତର ଦେବେ । ଏ ଘଟଣା ଘଟିଛି ରାଜସ୍ଥାନ ଭିଲୱାଡା ଜିଲ୍ଲାରେ ।
କାର ଦୁର୍ଘଟଣାର ଶିକାର ହୋଇଥିବା ପରିବାର ମୂଳତଃ ଭିନାୟର ବାସିନ୍ଦା ଥିବା ବେଳେ କିଛିଦିନ ହେବ ସେମାନେ ଅଜମେରରେ ବସବାସ କରୁଥିଲେ। ଦୁର୍ଘଟଣା ସମୟରେ ପୂରା ପରିବାର ଗୋଟିଏ କାରରେ ବସି ଅଜମେରରୁ ଉଦୟପୁର ଯାଉଥିଲେ। ଅଜମେର-ଭିଲୱାଡା ରାସ୍ତା ନିକଟରେ ହଠାତ କାର ଟାୟାର ଫାଟି ଯାଇଥିଲା। ଟାୟାର ଫାଟିବା ପରେ କାର ଚାଳକ ନିୟନ୍ତ୍ରଣ ହରାଇ ଦେଇଥିଲେ। ଏହାପରେ କାର ଯାଇ ଏକ ଟ୍ରକ ସହିତ ଧକ୍କା ଖାଇଥିଲା।
କାର ଭିତରେ ଥିବା ତିନିବର୍ଷର ଶିଶୁ ଓ ଚାଳକଙ୍କୁ ଛାଡ଼ି ବାକି ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ଅଛନ୍ତି ରାଧେଶ୍ୟାମ ଖଣ୍ଡେଲୱାଲ, ତାଙ୍କ ପୁଅ ମନିଷ ଖଣ୍ଡେଲୱାଲ, ବୋହୂ ୟାଶିକା ଓ ତାଙ୍କ ସ୍ତ୍ରୀ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଶିଶୁ ଓ କାର ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି।
Powered by Froala Editor