ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ୍
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ଏୟାରପୋର୍ଟରେ କଲା ଜରୁରୀ ଅବତରଣ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି। ତେଣୁ ବିମାନ ଫେରିଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି।
ଆଜି ସକାଳେ ଭୁବନେଶ୍ୱର ଏୟାରପୋର୍ଟରୁ ନୂଆଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ଉଡାଣ ୨୪ ମିନିଟ୍ ପରେ ମଝି ଆକାଶରେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଫାଇଲଟ୍ ବିମାନକୁ ପୁଣି ଭୁବନେଶ୍ବର ବିମାନ ବନ୍ଦରକୁ ଫେରାଇଆଣିଥିଲେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଇଣ୍ଡିଗୋ ବିମାନଟି ଭୁବନେଶ୍ବର ବିମାନବନ୍ଦର ରହିଛି। ଡିଜିସିଏର ଅନୁମତି ମିଳିବା ପରେ ପୁଣି ଉଡାଣ ଭରିବ ବୋଲ ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି।
Powered by Froala Editor