ଆଲିଆଙ୍କୁ ନେଇ ଫିଲ୍ମ କରିପାରିବି ନାହିଁ : ଅନୁରାଗ

ମୁଁ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ କେବେ ବି କାମ କରିପାରିବି ନାହିଁ । ଏଭଳି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ନିକଟରେ ଆଲିଆ ଭଟ୍ଟ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଜିତିବା ପରେ ଅନୁରାଗ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କେବଳ ଏତିକି ନୁହେଁ ସେ ଆଲିଆଙ୍କୁ ଭାରତର ଶ୍ରେଷ୍ଠ କଳାକାର ଭାବରେ ମଧ୍ୟ ବିବେଚନା କରନ୍ତି। କିନ୍ତୁ ସେ କହିଛନ୍ତି ଯେ ସେ ତାଙ୍କ ସହ କଦାପି କାମ କରିପାରିବେ ନାହିଁ।
ଏପରି କହିବା ପଛରେ କୌଣସି ବିବାଦ ନୁହେଁ । ବରଂ ତାଙ୍କର ବଜେଟ ବୋଲି ସେ କହିଛନ୍ତି । ଆଲିଆ ଜଣେ ଶ୍ରେଷ୍ଠ କଳାକାର । ଯେତେବେଳେ ବି ମୁଁ ତାଙ୍କ କାମ ପସନ୍ଦ କରେ, ମୁଁ ତାଙ୍କୁ ସବୁବେଳେ ଫୋନ୍ କରି ଅଭିନନ୍ଦନ ଜଣାଏ। କିନ୍ତୁ ଆଲିଆଙ୍କ ସହ କାମ କରିବାକୁ ହେଲେ ସେହି ପରିମାଣର ପାରିଶ୍ରମିକ ବି ଦେବାକୁ ପଡିବ । ଯାହାକି ମୋ ପକ୍ଷେ ସମ୍ଭବ ନୁହେଁ ।
ସବୁଠୁ ବଡ଼ କଥା ହେଲା ମୁଁ କୌଣସି କଳାକାରଙ୍କ ପଛରେ ଗୋଡାଏ ନାହିଁ। ଯଦି ମୋ ସହିତ କାମ କରିବା ପୂର୍ବରୁ ସେମାନଙ୍କୁ ଚିନ୍ତା କରିବାକୁ ପଡୁଛି, ତେବେ ମୁଁ ସେମାନଙ୍କୁ ମୋ ଫିଲ୍ମରେ ନେଇପାରିବି ନାହିଁ ବୋଲି କହିଛନ୍ତି କଶ୍ୟପ ।
Powered by Froala Editor