କସମେଟିକ୍ସ ସର୍ଜରୀ ନେଇଗଲା ଜୀବନ

୪୩ ବର୍ଷୀୟା ଆର୍ଜେଣ୍ଟିନା ଅଭିନେତ୍ରୀ ସିଲଭିନା ଲୁନାଙ୍କର ପ୍ଲାଷ୍ଟିକ୍ ସର୍ଜରି ଭୁଲ୍ ହୋଇଥିବାରୁ ମୃତ୍ୟୁ ଘଟିଛି। ତାଙ୍କ ଓକିଲ ଫର୍ନାଣ୍ଡୋ ବର୍ଲାଣ୍ଡୋ କହିଛନ୍ତି ଯେ ସେ ଦୀର୍ଘ ବର୍ଷ ଧରି ଗୁରୁତର ଭାବେ ଅସୁସ୍ଥ ଥିଲେ ଏବଂ କିଛି ଦିନ ହେବ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। କିଛି ବର୍ଷ ପୂର୍ବେ କରାଯାଇଥିବା କସମେଟିକ୍ ସର୍ଜରି ସମୟରେ ଅଭିନେତ୍ରୀଙ୍କ ଶରୀରରେ ଏକ ବିଷାକ୍ତ ପଦାର୍ଥ ପ୍ରୟୋଗ କରାଯାଇଥିଲା। କସମେଟିକ୍ ସର୍ଜରି ହେତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା। ୨୦୧୧ ମସିହାରେ ଅଭିନେତ୍ରୀଙ୍କ କିଡନି ଫେଲ୍ ହୋଇଥିବା ଜଣା ପଡ଼ିଥିଲା।
ଡାକ୍ତରମାନେ ତାଙ୍କୁ ପୁଣିଥରେ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖିବାକୁ କହିଥିଲେ। ମାତ୍ର ତାଙ୍କ ପରିବାର ସଦସ୍ୟ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ସେ ଆଉଥରେ ସର୍ଜରୀ କରିବାବେଳେ ଗୁରୁତର ହୋଇପଡିଥିଲେ । ତେଣୁ ତାଙ୍କ ଜୀବନ ଚାଲିଯାଇଛି ।
ସିଲଭିନା ଲୁନା ଜଣେ ଜଣାଶୁଣା ଆର୍ଜେଣ୍ଟିନା ଅଭିନେତ୍ରୀ, ମଡେଲ ଏବଂ ଟିଭି ଉପସ୍ଥାପିକା ଥିଲେ। ସେ ଖୁବ୍ ସୁନ୍ଦର ଥିବା ସତ୍ତ୍ବେ ନିଜକୁ ଅଧିକ ସୁନ୍ଦର କରିବାକୁ ପ୍ଲାଷ୍ଟିକ୍ ସର୍ଜରି କରିବାକୁ ଚିନ୍ତା କରିଥିଲେ। ସର୍ଜରି ପରେ ଜଟିଳତା ଉପୁଜିବାକୁ ସିଲଭିନାଙ୍କର ମୃତ୍ୟୁ ହୋଇଛି।
Powered by Froala Editor