ନଦୀରେ ଗାଧୋଇବା ବେଳେ ଯୁବକ ନିଖୋଜ

ବାଙ୍କୀ : ମହାନଦୀ ଦେବୀ ଦ୍ୱାରରେ ଅଘଟଣ । ନଦୀରେ ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।
ଭୁବନେଶ୍ୱର ପଟିଆ ଅଞ୍ଚଳର ଯୁବକ ଆକାଶ ରାଉତ ଦେବୀ ଦ୍ୱାର ନିକଟରେ ମହାନଦୀରେ ଗାଧୋଇବା ବେଳେ ବୁଡିଯାଇଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସ୍ଥାନୀୟ ଡମପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି । ହେଲେ ଏବେ ଯାଏଁ ନିଖୋଜ ଆକାଶଙ୍କର କୌଣସି ପତ୍ତା ମିଳିନାହିଁ ।
Powered by Froala Editor