ଆସନ୍ତାକାଲି ବିଜେପିର କୋର କମିଟି ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ରବିବାର ବିଜେପିର ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଗାମୀ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଉପଲବ୍ଧି ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବୈଠକରେ ଆଲୋଚନା ହେବ । ସେହିପରି ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ କେମିତି ସଫଳ ହେବ ସେନେଇ ମଧ୍ୟ ସମୀକ୍ଷା କରାଯିବ ବୋଲି ଜଣାଯାଇଛି ।
ପ୍ରକାଶ ଯେ, ଖୁବଶୀଘ୍ର ସାଧାରଣ ନିର୍ବାଚନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯେଉଁଥି ପାଇଁ ରାଜ୍ୟରେ ପ୍ରମୁଖ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ୍ତା ୨୨ ତାରିଖ ଦିନ ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଥିବାବେଳେ ୨୦୨୪ ନିର୍ବାଚନ ପୂର୍ବରୁ ସମ୍ଭବତଃ ଏହା ଶେଷ ଅଧିବେଶନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
Powered by Froala Editor