ଏକକ ନିର୍ବାଚନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟାରେ ଏପରି କହିଲେ ବିଧାୟକ ବଦ୍ରିନାରାୟଣ

ଭୁବନେଶ୍ୱର: ଏକକ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ବଦ୍ରିନାରାୟଣ ପାତ୍ର ଶୁକ୍ରବାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବୋଧେ ଏହା ଶେଷ ଅଧିବେଶନ ହୋଇପାରେ । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ଏହା ଶେଷ ଅଧିଶେନ ହେବ । ଏକକ ନିର୍ବାଚନ ଆଇନ ଆଇନ ଆସିଲେ ଆଗୁଆ ନିର୍ବାଚନ ହୋଇପାରେ । ତେବେ ଆଗୁଆ ନିର୍ବାଚନ ହେଲେ କିଛି ଅସୁବିଧା ନଥିବା ଶ୍ରୀ ପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ଯେଉଁଠି ଏବେ ନିର୍ବାଚନ ଶେଷ ହୋଇଛି ସେମାନେ କ୍ଷତିଗ୍ରସ୍ତ ହୋଇପାରନ୍ତି । ଅନ୍ୟଦଳ ଅପେକ୍ଷା ଆମେ ଅଧିକ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଶ୍ରୀ ପାତ୍ର କହିଛନ୍ତି ।
ପ୍ରକାଶ ଯେ ‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସଂପର୍କିତ ସମସ୍ତ ଦିଗକୁ ପରଖି ଏହି କମିଟି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ।
ଏହି କମିଟିର ମୁଖ୍ୟ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ହେବେ ବୋଲି ଘୋଷଣା କରାଯାଇଥିବା ବେଳେ କେଉଁମାନେ ସଦସ୍ୟ ରହିବେ, ତାହା ଜଣାପଡ଼ିନାହିଁ। ଏନେଇ ପରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ୟ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ଗତକାଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଆଜି ଗଠନ କରିଛନ୍ତି କମିଟି। ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପସ୍ଥାପନ କରାଯିବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ଆହୁରି ଦୃଢ଼ୀଭୂତ ହୋଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ।
Powered by Froala Editor