ଅଧିକ ଲେମ୍ବୁପାଣି ପିଉଥିଲେ ଜାଣି ରଖନ୍ତୁ ଏହି କଥା
ଓଜନ କମ୍ କରିବା ପାଇଁ ଅନେକ ଲୋକ ସକାଳେ ଲେମ୍ବୁ ମିଶ୍ରିତ ଗରମ ପାଣି ପିଅନ୍ତି । ଯେଉଁମାନେ ଏଥିରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହି ଖାସ୍ ଖବର । ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍ ମନେ କରୁଛନ୍ତି । ଲେମ୍ବୁ ମିଶ୍ରତ ଗରମ ଜଳ ପିଇଲେ ଶରୀରର ଅନେକ କ୍ଷତି ହୋଇଥାଏ, ଆସନ୍ତୁ ଜାଣିବା ..
– ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଇଲେ ଶରୀରେ ଥିବା ଜରୁରୀ ପୋଷକ ତତ୍ତ୍ୱ ଶୁଷ୍କ ହୋଇଯାଏ ଓ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଯାଏ। ଖାଲି ସେତିକି ନୁହେଁ ଏହା ଫଳରେ ଷ୍ଟୋନ୍ ହେବାର ମଧ୍ୟ ଆଶଙ୍କା ରହିଛି।
– ଅଧିକ ମାତ୍ରାରେ ଲେମ୍ବୁ ସେବନ ଫଳରେ ଶରୀରରେ ଭିଟାମିନ୍ ସି ପରିମାଣ ଶରୀରରେ ଆବଶ୍ୟକତାଠାରୁ ବେଶି ହୋଇଯାଏ। ଏହା ଯୋଗୁଁ ଶରୀରରେ ଏସିଡିଟିର ସମସ୍ୟା ଉପୁଜିପାରେ। ଏଣୁ ମନେ ରଖନ୍ତୁ ଯଦି ଲେମ୍ବୁ ପାଣି ପିଉଛନ୍ତି, ତେବେ ଦିନକୁ ଦୁଇ କପ୍ରୁ ଅଧିକ ପିଅନ୍ତୁ ନାହିଁ।
– ଅନେକ ସମୟରେ ତୈଳାକ୍ତ ଖାଦ୍ୟ ଖାଇବା ପରେ ତାକୁ ହଜମ କରିବା ଉଦ୍ଦେଶ୍ୟରେ ଆମେ ଲେମ୍ବୁ ପାଣି ପିଇଥାନ୍ତି। ମାତ୍ର ଆମେ ଭୁଲି ଯାଉ ଯେ, ଏହାଫଳରେ ପେଟରେ ଅମ୍ଳର ମାତ୍ରା ବଢ଼ିଯାଏ।
– ଲେମ୍ବୁରେ ସିଟ୍ରସ୍ ଏସିଡ୍ ଥାଏ, ଯାହା ଆମର ଦାନ୍ତର କୋଟିଂର କ୍ଷତି କରିଥାଏ। ଯେତେବେଳେ ଲେମ୍ବୁ ପାଣି ପିଉଛନ୍ତି, ସେତେବେଳେ ଷ୍ଟ୍ର ଲଗାଇ ପିଅନ୍ତୁ।
Powered by Froala Editor