ତାଳଚେର ବିଧାୟକଙ୍କ ଅଫିସ୍ ପରିସରରେ ବୋମା

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍ ପରିସରରେ ଏକ ବୋମା ପଡ଼ିଛି। ଆଜି ସକାଳେ ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଜଣେ କର୍ମୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବୋମାରେ ଟାଇମର ଲାଗିଥିବା ଜଣାଯାଇଛି। ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍ ସ୍କ୍ୱାର୍ଡକୁ ଖବର ଦିଆଯାଇଛି।
ତେବେ ବିଧାୟକଙ୍କ ଅଫିସ୍ ପରିସରରରେ ବୋମାଟିକୁ କିଏ ପକାଇଲା, ଏହା ପଛରେ କ’ଣ କାରଣ ରହିଛି ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି।
Powered by Froala Editor