ପୁଣି ଜଣଙ୍କୁ ଦଳରୁ ବିଦା କଲା ବିଜେଡି, ଜାଣନ୍ତୁ କିଏ ?

ଭୁବନେଶ୍ୱର: ବିଜେଡି ପୁଣି ଜଣଙ୍କୁ ଦଳରୁ ବିଦା କରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଜଣେ ସକ୍ରିୟ ରାଜନେତାଙ୍କୁ ଦଳରୁ ବହିଷୃତ କରିଛି । ସେ ହେଲେ ବିପିନ ପ୍ରଧାନ । ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପ୍ରଧାନଙ୍କୁ ବିଜେଡିରୁ ବହିଷୃତ କରାଯାଇଥିବା ଜଣାଯାଇଛି ।
ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇ ଆସୁଛନ୍ତି । ସେ ନିଜ ଦଳର କର୍ମୀ ହୁଅନ୍ତୁ ଅବା ସରକାରୀ କର୍ମଚାରୀ । ଦୁର୍ନୀତି କଥା ଆସିଲେ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଉଥିବାବେଳେ ଦଳବିରୋଧୀ କଥା ଆସିଲେ ବହିଷ୍କାରକୁ ଅସ୍ତ୍ର କରିଆସୁଛନ୍ତି ।
Powered by Froala Editor