ସମସ୍ତ ସରକାରୀ ନିୟମକୁ ଫୁ’କରିଛି ଟାଟା ପାଓ୍ୱାର, ଅଭିଯୋଗ କଲେ ବିଜୁଳି ଠିକାଦାର ସଂଘ

ଭୁବନେଶ୍ୱର: ବାରମ୍ବାର ଅଘୋଷିତ ପାଓ୍ୱାରକଟ୍ ନେଇ ଗ୍ରାହକଙ୍କ ଅସନ୍ତୋଷକୁ ସାମ୍ନା କରିପାରୁ ନଥିବା ଟାଟା ପାଓ୍ୱାରକୁ ଘେରିଛନ୍ତି ଅଲ୍ ଓଡ଼ିଶା ଇଲେକ୍ଟ୍ରିକାଲ୍ କଣ୍ଟ୍ରାକ୍ଟର ଆସୋସିଏସନ୍। ଏହି କମ୍ପାନୀ ସମସ୍ତ ସରକାରୀ ନିୟମକୁ ବେଖାତିର କରି ରାଜ୍ୟ ବାହାରରର ଠିକାଦାରଙ୍କୁ ନିୟାଜିତ କରୁଛି ବୋଲି ସଂଘ ଅଭିଯୋଗ କରିଛି। ରାଜ୍ୟର କ୍ଷୁଦ୍ର ଠିକାଦାରଙ୍କ ପକ୍ଷେ ସେଠାରୁ ଜିନିଷ ମଗାଇ କାମ କରିବା କଷ୍ଟକର ହୋଇଥିବାରୁ ଏହାର ଫାଇଦା ଟାଟା ପାଓ୍ୱାର ନେଉଛି ବୋଲି ଠିକାଦାର ସଂଘ କହିଛି।
ସଂଘର ସଭାପତି ଆଶୀଷ କୁମାର ସୋମ ସାମ୍ବାଦିକମାନଙ୍କୁ କହିଛନ୍ତି, ଓଡ଼ିଶା ପିଡବ୍ଲୁଡିର କାର୍ଯ୍ୟ ସଂହିତାକୁ ଉଲ୍ଲଙ୍ଘନ କରିଛି ଟାଟା ପାଓ୍ୱାର। ପ୍ରାବଧାନ ଅନୁସାରେ ELBO ଲାଇସେନ୍ସ ନଥିବା ଠିକାଦାରଙ୍କୁ ରାଜ୍ୟ ବାହାରର ଠିକାଦାରଙ୍କୁ ଟେଣ୍ଡରରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେଉଛି। ଏହାଦ୍ୱାରା ଟାଟା ପାଓ୍ୱାର ତା’ର ମନମୁଖୀ ଆଚରଣକୁ ସ୍ପଷ୍ଟ କରିବା ସହ ପ୍ରୀୟାପ୍ରୀତି ତୋଷଣ କରୁଛି।
ରାଜ୍ୟର ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ( MSME)ଙ୍କୁ ଅଣଦେଖା କରିବା ସହ ବାହାର ରାଜ୍ୟର ଠିକାଦାରଙ୍କୁ ପ୍ରଶ୍ରୟ ଦେଇ ଏଠାକାର ସପ୍ଲାୟର, ଠିକାଦାର ଏବଂ ଉଦ୍ୟୋଗୀଙ୍କ ପେଟକୁ ଲାତ ମାରୁଛି ବୋଲି ଶ୍ରୀ ସୋମ ଅଭିଯେଗ କରିଛନ୍ତି। ସେ କହିଛନ୍ତି, ଟାଟା ପାଓ୍ୱାର ଦ୍ୱାରା ଅନୁମୋଦିତ ଠିକାଦାର ଅଥବା ଉଦ୍ୟୋଗୀମାନଙ୍କର ସାଧାରଣତଃ ଯୋଗ୍ୟ ଠିକାଦାରଙ୍କ ଭଳି ଯୋଗ୍ୟତା ଧାରଣ କରୁନାହାନ୍ତି।
ସେ କହିଛନ୍ତି ଯେ ସରକାରୀ ନିର୍ଦ୍ଧାରଣ ଅନୁସାରେ କାର୍ଯ୍ୟ କଲେ ରାଜ୍ୟରେ ଥିବା ଓଡ଼ିଆ ଠିକାଦାର, ଉେଦ୍ୟାଗୀ ମାନେ କାମ ପାଆନ୍ତେ। ରାଜ୍ୟରେ କର୍ମ ନିଯୁକ୍ତି ବଢ଼ନ୍ତା ତଥା ବେକାରୀ କମନ୍ତା କିନ୍ତୁ ଟାଟା ଓଡ଼ିଶା ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରୁଛି। ଖୁବ୍ ଶୀଘ୍ର ଟାଟା ପାଓ୍ୱାର ନିୟମକୁ ଆପଣାଇବା ସହ ବଜାର ଦର ଏବଂ ଟେକ୍ନିକାଲ ବିଶେଷତାକୁ ଲକ୍ଷ୍ୟ କରି ଏଷ୍ଟିମେଟ ପୁନଃନିର୍ଦ୍ଧାରଣ କରୁ ବୋଲି ସେ କହିଛନ୍ତି। ନୂଆ ଦର ତାଲିକା ପ୍ରସ୍ତୁତି ନହୋଇ ୨୦୧୮-୧୯ ବର୍ଷ ତୁଳନାରେ ବର୍ଷକୁ ୬ ପ୍ରତିଶତ ଦର ବୃଦ୍ଧି ( ପ୍ରାଇସ୍ ଏସ୍କାଲେସନ୍) ହୋଇନାହିଁ ବୋଲି ସେ କହିଛନ୍ତି। ଏଷ୍ଟିମେଟ୍ରେ ୧୫ ପ୍ରତିଶତ ଠିକାଦାରଙ୍କ ଲାଭ ସଂଯୋଗ କରାଯିବା ଆବଶ୍ୟକ ସଂଘ ପକ୍ଷରୁ ଶ୍ରୀ ସୋମ ଦାବି କରିଛନ୍ତି। ଏହାସହ ଅାଭ୍ୟନ୍ତରୀଣ ଇନ୍ଷ୍ଟାଲେସନ୍ରେ ସିଭିଲ୍ ଓ ଇଲେକ୍ଟଅ୍ରିକାଲ୍ କାମକୁ ଅଲଗା ଅଲଗା କରିବାକୁ ସେ ଦାବି କରିଛନ୍ତି।
Powered by Froala Editor