ଫର୍ନେସରେ ଲିକେଜରୁ ବିସ୍ଫୋରଣ, ୬ ଶ୍ରମିକ ଆହତ

ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି କୁଲେଇସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ରେ ବୁଧବାର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଆଦିତ୍ୟ ଭୂତିଆ (ତାଳଚେର), ମନୋଜ କେଶି (ଭଦ୍ରକ), ଚିନ୍ମୟ ମହାକୁଡ (ଭଦ୍ରକ), ବିମ୍ବାଧର ବେହେରା, ବଂଶୀଧର ଧଳ ଏବଂ ସୁଶୀଲ ସାହୁ (କିଶୋରନଗର) । ଏମାନଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ।
ଏ ସମ୍ପର୍କରେ ଦଦରାଘାଟି ଫାଣ୍ଡି ଅଧିକାରୀ କହିଛନ୍ତି, ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣା ଘଟିଛି। ଫର୍ନେସରେ ଲିକେଜ ହେବା କାରଣରୁ ଦୁର୍ଘଟଣା ଘଟିଛି। ମୋଟ ୬ ଜଣ ଆହତ ହୋଇଛନ୍ତି। ୨ ଆହତଙ୍କୁ କଟକ ପଠାଯାଇଛି। କାହାରି ଅବସ୍ଥା ଗୁରୁତର ନାହିଁ। ଜଣେ ଆହତ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ପ୍ଲାଣ୍ଟ ପରିସରରେ କୌଣସି ଉତ୍ତେଜନା ନାହିଁ।
ଦୁର୍ଘଟଣା ପରେ ପରଜଙ୍ଗ ପୋଲିସ ପକ୍ଷରୁ କାରଖାନା ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଘଟଣାସ୍ଥଳରେ ଜଣେ ଡିଏସ୍ପି ଓ ଥାନା ଅଧିକାରୀ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି। ଜିଲା ପୋଲିସ ପକ୍ଷରୁ ଦୁର୍ଘଟଣା ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି।
Powered by Froala Editor