ସିସିଟିଭି ସର୍ଭେଲାନ୍ସ ରେ ରହିବ ଭୁବନେଶ୍ୱର, ଆରମ୍ଭ ହେବ ସହଭାଗିତା

ଭୁବନେଶ୍ବର: ସିସିଟିଭି ସର୍ଭେଲାନ୍ସ ରେ ରହିବ ଭୁବନେଶ୍ୱର। କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେବ “ସହଭାଗିତା”। ଅପରାଧୀଙ୍କୁ ଧରିବା ଓ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ଏହି ନୂଆ ରଣନୀତି ଆପଣାଇଛି।କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେବାକୁ ଥିବା “ସହଭାଗିତା” ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ, ବଡ଼ ବଡ଼ ଦୋକାନମାନେ ଯୋଡ଼ି ହେବେ।
ସୂଚନା ମିଳିଛି ଯେ, ଚୋରି ବା ଅନ୍ୟ ଅପରାଧ ରୋକିବା ପାଇଁ ଭୁବନେଶ୍ୱରର ସବୁ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମକୁ ସେୟାର କରାଯିବ। ଅପରାଧକୁ ଚିହ୍ନଟ କରିବା ଓ ରୋକିବାରେ ଏହି ସିସିଟିଭି ଫୁଟେଜ ସହାୟକ ହେବ।
ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି ଯେ, ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ। କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ। ସିସିଟିଭିର ଆଇପି ଆଡ୍ରେସ ପୁଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଜଣାଯାଇଛି।
Powered by Froala Editor