୨୭ ବର୍ଷ ପରେ ଭାରତରେ ହେବ Miss World ପ୍ରତିଯୋଗିତା

୨୭ ବର୍ଷ ପରେ ଭାରତରେ ଆୟୋଜନ ହେବାକୁ ଯାଉଛି ୭୧ତମ Miss World ପ୍ରତିଯୋଗିତା। G20 ସମ୍ମିଳନୀ ସଫଳତାର ସହ ଭାରତରେ ଆୟୋଜିତ ହେବାକୁ ଥିବାବେଳେ ବର୍ଷ ଶେଷ ଆଡ଼କୁ ମିସ୍ ଓ୍ୱାର୍ଲ୍ଚ ପ୍ରତିଯୋଗିତା କାଶ୍ମୀରରେ ଆୟୋଜିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ବିଶ୍ୱର ୧୪୦ ଦେଶ ଭାଗ ନେବେ। ଜାମ୍ମୁ ଓ କାଶ୍ମୀରରେ ଆୟୋଜିତ Miss Worldର ପ୍ରି-ଇଭେଣ୍ଟ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଇଛି।
Miss World କରୋଲିନା ବିଲାବସ୍କି କହିଛନ୍ତି ଯେ ସୁନ୍ଦରୀ ପ୍ରତିଯୋଗିତା ପାଇଁ କାଶ୍ମୀର ହିଁ ସବୁଠାରୁ ସୁନ୍ଦର ସ୍ଥାନ ଅଟେ। କାଶ୍ମୀର ସୌନ୍ଦର୍ଯ୍ୟରେ ଦେଖି ଆମେ ବିଭୋର ହୋଇଯାଇଛୁ। ୧୪୦ ଦେଶର ଏହି ଇଭେଣ୍ଟରେ ଭାଗନେବେ। ଏହି କାର୍ଯ୍ୟକ୍ରମରେ ମିସ୍ ଓ୍ୱାର୍ଲ୍ଡ ସିଇଓ ଜୁଲିଆ ଏରିକ୍ ଯୋଗଦେଇ ୭୧ତମ Miss World ପ୍ରତିଯୋଗିତା ଆସନ୍ତା ଡିସେମ୍ବରରେ କାଶ୍ମୀରରେ ଆୟୋଜନ ନେଇ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଭାରତରେ ଶେଷଥର ପାଇଁ ୧୯୯୬ ମସିହା ଆୟୋଜିତ ହୋଇଥିଲା। ଏତେ ବର୍ଷ ପରେ Miss World ପ୍ରତିଯୋଗିତା ଭାରତରେ ଆୟୋଜନ ହେବା ଗୌରବର ବିଷୟ । ତେବେ ଏହି ଘୋଷଣା ପରେ ଭାରତରେ ପ୍ରସ୍ତୁତି ଜୋରଦାର ହେବ ବୋଲି କୁହାଯାଇଛି ।
Powered by Froala Editor