ମନକୁ ଛୁଇଁବ ‘ସୋରେ ଘର’

ଫିଲ୍ମ 'ୟାରିୟାଁ ୨'ର ପ୍ରଥମ ଗୀତ 'ସୋରେ ଘର' ଅକ୍ଟୋବର ୨୦ରେ ରିଲିଜ ହେବ । ଏହା ବର୍ଷର ସବୁଠାରୁ ସୁନ୍ଦର ମ୍ୟୁଜିକାଲ୍ ଏକ୍ସଟ୍ରାଭାଗାଞ୍ଜା। 'ୟାରିୟାଁ ୨'ର ଗୀତ 'ସୋରେ ଘର' ବର୍ତ୍ତମାନ ଟି-ସିରିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳୁଛି । 'ସୋରେ ଘର' ଗୀତକୁ ମନନ ଭରଦ୍ୱାଜ ଲେଖିଛନ୍ତି ଏବଂ ବିଶାଲ ମିଶ୍ର ଓ ନୀତି ମୋହନ ଏହାକୁ ଗାଇଛନ୍ତି ।
'ୟାରିୟାଁ ୨'ଫିଲ୍ମ ଭୂଷଣ କୁମାର, ଦିବ୍ୟା କୁମାର ଓ ଆୟୁଷ ମହେଶ୍ୱରୀଙ୍କ ଦ୍ୱାରା ନିର୍ମିତ । ଫିଲ୍ମରେ ଦିବ୍ୟା ଖୋସଲା କୁମାର, ମେଜାନ ଜାଫ୍ରି, ପଲ୍ଲବୀ ପୁରୀ, ୟଶ ଦାଶଗୁପ୍ତା, ଅନସ୍ୱାରା ରାଜନ, ଓ୍ଵାରିନା ହୁସେନ, ପ୍ରିୟା ଓ୍ଵାରିଅର ପ୍ରମୁଖ କଳାକାର ନଜର ଆସିବାକୁ ଯାଉଛନ୍ତି । ଏହାସହ ରାଧିକା ରାଓ ଓ ବିନୟ ସାପ୍ରୁଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ତିଆରି ହୋଇଛି । 'ସୋରେ ଘର' ଗୀତ ଶୁଣିବା ପରେ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
Powered by Froala Editor