ଆଶନାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ପ୍ରପୋଜ କଲେ ଅରମାନ, ସରିଲା ନିର୍ବନ୍ଧ

୨୮ ବର୍ଷିୟ ଅରମାନ ମଲିକ ତାଙ୍କର ଗର୍ଲଫ୍ରେଣ୍ଡ ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି । ଅରମାନ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଅରମାନ ଆଣ୍ଠୁ ମାଡି ବିବାହ ପାଇଁ ଆଶନାଙ୍କୁ ପ୍ରସ୍ତାବ ଦେଇଥିଲେ। ଫଟୋରେ ଆଶନା ସଟ୍ ଫ୍ରକ୍ ପିନ୍ଧିଥିବା ବେଳେ ଅରମାନ କାଜୁଆଲ୍ ଲୁକ୍ରେ ନଜର ଆସିଛନ୍ତି । ଏହି ସମୟରେ ଦୁହେଁ ବେଶ ଖୁସି ଥିବା ନଜର ଆସିଛନ୍ତି। ଏହି ରୋମାଣ୍ଟିକ ଫଟୋ ଦେଖି ଅରମାନଙ୍କ ସମସ୍ତ ବନ୍ଧୁ ଏବଂ ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ ଅନୁଯାୟୀ ଅରମାନ ଏବଂ ଆଶନା ୨୦୧୯ରେ ଡେଟିଂ ଆରମ୍ଭ କରିଥିଲେ। ଆଶନ ଅରମାନଠାରୁ ଦୁଇ ବର୍ଷ ବଡ। ଦୁହେଁ ପ୍ରାୟତ ସୋସିଆଲ୍ ମିଡିଆରେ ଫଟୋ ସେୟାର କରନ୍ତି । ଆଶନା ୟୁଟ୍ୟୁବର୍, ବ୍ଲଗର୍, ସୋସିଆଲ୍ ମିଡିଆ ସେଲିବ୍ରିଟି ଭାବରେ ବେଶ୍ ଜଣାଶୁଣା । ସେ ଫ୍ୟାଶନ୍ ଏବଂ ବ୍ୟୁଟି ଲାଇଫ୍ଷ୍ଟାଇଲ୍ ସହିତ ଜଡିତ ବ୍ଲଗ୍ ତିଆରି କରନ୍ତି ।
Powered by Froala Editor