ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ୍ )ର ୪୬ତମ ଏଜିଏମରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ ଏହି ଏଜିଏମରେ ଜିଓ ଏୟାର ଫାଇବର ସେବା ଲଞ୍ଚ କରିଛନ୍ତି । ଯାହା ସେପ୍ଟେମ୍ବର ୧୯ ଗଣେଶ ଚତୁର୍ଥୀ ଅବସରରେ ଆରମ୍ଭ ହେବ । ଏହି ସେବା ଜରିଆରେ ୫ଜି ନେଟଓ୍ବର୍କ ଏବଂ ଓ୍ବାୟରଲେସ୍ ଟେକ୍ନୋଲୋଜୀ ସହାୟତାରେ ଘରେ ଏବଂ ଅଫିସ୍ରେ ଓ୍ବାୟରଲେସ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଯିବ।
ଜିଓ ଏୟାର ଫାଇବର ୟୁଜର୍ସଙ୍କୁ ବ୍ରଡବ୍ୟାଣ୍ଡ୍ ଭଳି ହାଇ-ସ୍ପିଡ୍ ଇଣ୍ଟରନେଟ୍ ଓ୍ବାୟାରଲେସ୍ ମାଧ୍ୟରେ ଯୋଗାଇବ। ଏଥିପାଇଁ କୌଣସି କେବୁଲ କନେକ୍ସନ ନେବାକୁ ହେବ ନାହିଁ। ଗ୍ରାହକ ସିଧା ସଳଖ ଜିଓ ଏୟାର ଫାଇବର ଡିଭାଇସ୍କୁ ପ୍ଲଗ୍ ଇନ୍ କରି ଏହାର ଲାଭ ନେଇପାରିବେ। ହଟ୍ସ୍ପଟ୍ ଭଳି ଏଥିରେ ଅନେକ ଡିଭାଇସକୁ ୫ଜି ସ୍ପିଡ୍ରେ ଇଣ୍ଟରନେଟ୍ ମିଳିଯିବ। ନୂଆ ଜିଓ ଏୟାର ଫାଇବର ଏକ ହଟ୍ସ୍ପଟ ଭଳି ଯାହା ଏବେ ଓ୍ବାଇଫାଇ ହଟସ୍ପଟ୍ ଭଳି କାମ କରିଥାଏ । ଏହା ପୋର୍ଟେବୁଲ ହେବ ଏବଂ ଏହାକୁ ସ୍ମାର୍ଟଫୋନ୍ ଭଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହେବ। ଏଥିରେ ୧ ଜିବି ପର୍ଯ୍ୟନ୍ତ ସ୍ପିଡ୍ ମିଳିବା ନେଇ କୁହାଯାଉଛି।
ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି ଯେ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି । ଏହା ସହିତ ନୀତା ଅମ୍ବାନି ବୋର୍ଡରୁ ଅବସର ନେଇଛନ୍ତି ।
Powered by Froala Editor