ମୋ ସ୍କୁଲ ଅଭିଯାନ ଫେକ୍ ୱେବସାଇଟ୍ ଖୋଲି ଠକେଇ
ମୋ ସ୍କୁଲ ଅଭିଯାନ ନାଁରେ ଫେକ୍ ଓ୍ବେବସାଇଟ୍ ଖୋଲି ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ଅମର ସାମଲ, ମଦନ ନାଗ, ରାୟଗୁଲୁ ପାତ୍ର ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଦୁଇଲକ୍ଷ ନଗଦ ଟଙ୍କା, ଲାପଟପ୍, କମ୍ପ୍ୟୁଟର, ୧୩ ଟି ଫୋନ୍, ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, ନକଲି ଷ୍ଟାମ୍ପ ଜବତ ହୋଇଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ବୋଲି ଏସିପି କହିଛନ୍ତି ।
ଜୁଲାଇ ମାସରେ ଏମାନେ ମୋ ସ୍କୁଲ ଅଭିଯାନର ଫେକ ଓ୍ବେବସାଇଟ୍ ଖୋଲିଥିଲେ । ମୋ ସ୍କୁଲ ଅଭିଯାନ ନାଁ ରେ ଏକ ଫେକ ଓ୍ବେବସାଇଟ୍ ଖୋଲି ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପିଅନ ସମେତ ବହୁ ପୋଷ୍ଟ ପାଇଁ ଆବେଦନକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ ସାଇବର ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ବୋଲି ଏସିପି କହିଛନ୍ତି ।
Powered by Froala Editor