ପ୍ରଦୀପଙ୍କୁ ଠେଲାପେଲା କଲେ ବିଜେଡି କର୍ମୀ
ଗଞ୍ଜାମ: ୫-t ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା। ତାଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି।
ବ୍ରହ୍ମପୁର ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଛନ୍ତି ଶତାଧିକ ବିଜେଡି କର୍ମୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବ୍ରହ୍ମପୁରମୁହାଁ ହୋଇଥିବା ବେଳେ ଲାଞ୍ଜିପଲ୍ଲୀ ଛକଠାରେ ତାଙ୍କୁ ଶତାଧିକ ବିଜେଡି କର୍ମୀ ଅଟକାଇଛନ୍ତି। ଫଳରେ ଲାଞ୍ଜିପଲ୍ଲୀ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।
ଲାଞ୍ଜିପଲ୍ଲୀ ରାସ୍ତାରେ ପୁଲିସ୍ ଉପସ୍ଥିତିରେ ୨ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଜଣେ ଯୁବକ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ବନେଟ ଉପରେ ଚଢ଼ି ଯାଇଥିଲେ। ଏହାକୁ ନେଇ ଉଚ୍ଚବାଚ ହୋଇଥିଲା। ଏପରିକି କିଛି ଉତ୍ତ୍ୟକ୍ତ ଲୋକେ ପ୍ରଦୀପ ପାଣିଗ୍ରାହୀଙ୍କୁ ଠେଲାପେଲା କରିଥିବା ଜଣାଯାଇଛି।
Powered by Froala Editor