ଅଭାବନୀୟ ଘଟଣା: ହାତୁଡ଼ିରେ ପିଟି ବାପାକୁ ମାରିଲା ପୁଅ
କଳିଙ୍ଗନଗର: କଳିଙ୍ଗନଗର ଥାନା ଅନ୍ତର୍ଗତ ଶାଳୀଜଙ୍ଗା ପଂଚାୟତ ବଜ୍ରପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୁଅର ହାତୁଡ଼ି ମାଡ଼ରେ ବାପର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଏହି ଗ୍ରାମର ଭରତ ପରିଡା ।
ଗୁରୁବାର ସନ୍ଧ୍ୟାରେ କୌଣସି କଥାକୁ ବାପ ଭରତ ଓ ପୁଅ ଅର୍ଜୁନ ମଧ୍ୟରେ କଥା କଟା କଟି ହୋଇଥିଲା । ଧୀରେ ଧୀରେ ଯୁକ୍ତିତର୍କ ବଢିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଅର୍ଜୁନ ଏକ ହାତୁଡ଼ି ଆଣି ବାପ ଭରତଙ୍କ ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ଅର୍ଜୁନ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଖବର ପାଇ କଳିଙ୍ଗନଗର ଥାନା ଅଧିକାରୀ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor