ପୁରୀ ପୁଲିସ୍ର ଏନକାଉଣ୍ଟର, ପିନୁ ବରାଳ ଆହତ

ପୁଣି ପୁରୀ ବାଶେଳୀ ସାହି ପୁଲିସ୍ର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର କରାଯାଇଥିବାବେଳେ ସେ ଆହତ ହୋଇଛନ୍ତି । ଲୋକନାଥ ରୋଡ ଶଙ୍ଖେଶ୍ୱର ଜଙ୍ଗଲରେ ଏନକାଉଣ୍ଟର ପୁଲିସ ଏନକାଉଣ୍ଟର କରିଥିବାବେଳେ ପିନୁର ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ ମାମଲା ରହିଛି। ପୁଲିସ୍ ତା’ଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ସହ ବାଇକ ଜବତ ଜବତ କରିଛି ।
ପିନୁ ଓରଫ ପିନାକୀ ବରାଳ ମାରଣାସ୍ତ୍ର ଧରି ଲୁଟ୍ ଉଦ୍ଦେଶ୍ୟରେ ପୁରୀ ଟାଉନ୍ ଅଭିମୁଖେ ଆସୁଥିବା ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ପୁଲିସ୍ । ଅପରାହ୍ନ ପ୍ରାୟ ୩.୪୦ ମିନିଟ୍ ବେଳେ ବାଶେଳୀ ସାହି ଥାନା ପୁଲିସ୍ ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ପାର୍ଶ୍ୱରେ ପିନୁକୁ ଧରିବାକୁ ଚେଷ୍ଟା କରିଥିଲା। ହେଲେ ସେ ଫାୟାରିଂ କରିଥିଲା। ପୁଲିସ୍ ପ୍ରତିଆକ୍ରମଣରେ ଆହତ ହୋଇଥିଲା ପିନୁ। ତା’ ବାମ ଗୋଡ଼ରେ ବଜିଥିଲା ଗୁଳି।
Powered by Froala Editor