ଆଲୁ-ଆଲିଆ-କୃତୀ ଶ୍ରେଷ୍ଠ ଅଭିନେତା, ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ସାଉଥ ଷ୍ଟାର ଆଲୁ ଅର୍ଜୁନଙ୍କୁ ପୁଷ୍ପା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ସେହିପରି ଦୁଇ ଜଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ। ଗକଙ୍ଗୁବାଈ କାଠିୱାଡ଼ା ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ କୃତୀ ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଦିଆଯିବ।
‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’କୁ ଶ୍ରେଷ୍ଠ ଫିଚର ଫିଲ୍ମ ଓ ‘ଆରଆରଆର’କୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ପାଇବେ । ଜାତୀୟ ଏକତା ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ନର୍ଗିସ ଦତ୍ତ ପୁରସ୍କାର ଲାଗି ମନୋନୀତ ହୋଇଛି ‘ଦି କଶ୍ମୀର ଫାଇଲ୍ସ’। ଆରଆରଆର ଫିଲ୍ମର କୌମୁରମ୍ ଭୀମୁଡୋ ପାଇଁ କାଳ ଭୈରବଙ୍କୁ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ପାଇବେ । ଶ୍ରେୟା ଘୋଷଣା ଶ୍ରେଷ୍ଠ ଗାୟିକା ପୁରସ୍କାର ମିଳିଛି । ନିଖିଲ ମହାଜନଙ୍କୁ ଗୋଦାବରୀ (ମରାଠୀ) ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିବ ।
ସେହିପରି ଭିକ୍କି କୌଶଲଙ୍କ ଅଭିନୀତି ସର୍ଦ୍ଦାର ଉଦ୍ଧମ ଶ୍ରେଷ୍ଠ ସିନେମା ପୁରସ୍କାର ଜିତିଛି। ମିମି ପାଇଁ ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ କଶ୍ମୀର ଫାଇଲ୍ସ ପାଇଁ ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିବ।
ସେହିପରି ପ୍ରତୀକ୍ଷାକୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିବ। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଏହି ଫିଲ୍ମ ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।
Powered by Froala Editor