ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ
ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ହୁକୁମତୋଳା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣା । ଟ୍ରକ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ରାମନାକୁପୁଲି ଗାଁର ଧନୁର୍ୟ୍ୟୟ ମାଣ୍ଡିକା ।
ଖବର ଅନୁଯାୟୀ, ଧନୁର୍ୟ୍ୟୟ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ୟ୍ୟ କରନ୍ତି । ସବୁଦିନ ଭଳି ଶୁକ୍ରବାର ସେ ଟ୍ରାକ୍ଟର ଧରି ଦିନସାରା ଚାଷ କାମ କରି ସନ୍ଧ୍ୟାରେ ଟ୍ରାକ୍ଟର ରଖି କୌଣସି କାମରେ ମୁନିଗୁଡ଼ା ଆସି ଫେରୁଥିଲେ । ଏହି ସମୟରେ ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣା ହୋଇଥିଲା । ଖବରପାଇ ମୁନିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଧନୁର୍ୟ୍ୟୟ ଓ ଅନ୍ୟ ଜଣେ ଯୁବକଙ୍କୁ ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଯୁବକଙ୍କୁ ଚିକିତ୍ସା କରିଛନ୍ତି ।ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ।
Powered by Froala Editor