ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୨ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ
ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୨ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ କରାଯାଇଛି। ଆଜି ସୁପ୍ରିମକୋର୍ଟ କଲେଜିୟମର ବୈଠକରେ ଏହା ଉପରେ ମୋହର ବାଜିଛି। ଏ ସଂକ୍ରାନ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
୨ ଜଣଙ୍କ ମଧ୍ୟରେ ଜଣେ ବିଚାରବିଭାଗୀୟ ଅଧିକାରୀ ରହିଥିବା ବେଳେ ଅନ୍ୟ ଜଣେ ଆଇନଜୀବୀ ଅଛନ୍ତି। ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଥିବା ଦୁଇଜଣ ହେଉଛନ୍ତି ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା।
ଗତ ଜାନୁଆରୀ ୧୭ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବରିଷ୍ଠ ବିଚାରପତିଙ୍କ ସହ ଆଲୋଚନା ପରେ ଶ୍ରୀ ମିଶ୍ର ଏବଂ ଶ୍ରୀ ବେହେରାଙ୍କ ନାମ ସୁପାରିଶ କରିଥିଲେ । ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ନାମ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
Powered by Froala Editor