ପ୍ରେମିକର ୧୧ ବର୍ଷ ପୁଅର ଗଳା କାଟିଦେଲା ପ୍ରେମିକା

ପେଅମରେ ବାଧା ହେଉଥିଲା ପ୍ରେମିକର ନାବାଳକ ପୁଅ । ତେଣୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ୨୪ ବର୍ଷୀୟ ପ୍ରେମିକା । ନାବାଳକଟି ଶୋଇଥିବା ବେଳେ ଅଭିଯୁକ୍ତା ପୂଜା ତା’ର ତଣ୍ଟିଚିପି ହତ୍ୟା କରି ଶବକୁ ବେଡ୍-ବକ୍ସ୍ରେ ଲୁଚାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ହତ୍ୟା ପରେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ଫୋନ୍ କହିଥିଲେ କି ‘ନିଅ ତୁମର ସବୁଠୁ ମୂଲ୍ୟବାନ ଜିନିଷ ଏଇଠି ଅଛି। ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଦିଲ୍ଲୀରେ। ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୁଲିସ ଜଣେ ୨୪ ବର୍ଷୀୟା ଯୁବତୀ ପୂଜାଙ୍କୁ ଗିରଫ କରିଛି।
ପଶ୍ଚିମ ଦିଲ୍ଲୀର ରନ୍ହୋଲାବାସିନୀ ପୂଜାଙ୍କର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ସହିତ ‘ଲିଭ୍-ଇନ୍’ ସମ୍ପର୍କ ଥିଲା। ପୁଅ ଯୋଗୁଁ ଜିତେନ୍ଦ୍ର ତାଙ୍କ ସ୍ତ୍ରୀ’ଙ୍କୁ ଛାଡ଼ପତ୍ର ଦେବା ପାଇଁ ନିଷ୍ପତ୍ତି ନେଇ ପାରୁ ନ ଥିଲେ। ଏହି କାରଣରୁ ଜିତେନ୍ଦ୍ର ପୂଜାଙ୍କ ସହ ନ ରହି ପୁନର୍ବାର 2022ରୁ ପ୍ରଥମ ପତ୍ନୀ ଓ ପୁଅ ସହ ରହିବାକୁ ଲାଗିଲେ। ଏଥିସହ ସେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ବୋଲି ପୂଜାକୁ ମନା କରି ଦେଇଥିଲେ।
ଏଥିରେ କ୍ରୋଧିତ ହୋଇ ପୂଜା। ଜିତେନ୍ଦ୍ର ଘରକୁ ଯାଇ ତାଙ୍କ ନାବାଳକ ପୁଅ ଶୋଇଥିବା ସମୟରେ ଗଳା କାଟି ହତ୍ୟା କରିଥିଲା। ଏଥିସହ ମୃତଦେହକୁ ମଧ୍ୟ ଏକ ବାକ୍ସରେ ଲୁଚାଇ ଫେରାର୍ ହୋଇ ଯାଇଥିଲା। ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତକୁ ପାଇଥିଲା ପୁଲିସ।
Powered by Froala Editor