୨୪ ଦିନର ପୁଅକୁ ହାଣି ଦି’ ଗଡ଼ କରିଦେଲା ମା’

ରାକ୍ଷାସୀ ହୋଇଗଲା ଜନ୍ମ କଲା ମା’ । ସ୍ୱାମୀ ଘରେ ଶୋଇଥିବାବେଳେ ମାତ୍ର ୨୪ ଦିନର ଶିଶୁ ପୁତ୍ରକୁ ବାହାରେ ଆଣି ଟାଙ୍ଗିଆରେ ଦି ଗଡ କରିଦେଲା । ଏଭଳି ଲୋମଟାଙ୍ଗୁରା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ବିମଳା ପଞ୍ଚାୟତ ନମକାନି ଗାଁ ପୁରୁଣାପାଣି ସାହିରେ ।
ସୂଚନାଯୋଗ୍ୟ ଯେ, ଗାଁର ଗୁରୁ ଜୁଆଙ୍ଗଙ୍କ ସ୍ତ୍ରୀ ଲକ୍ଷ୍ମୀ ଜୁଆଙ୍ଗ ସୋମବାର ଦିନ ୧୨ଟା ବେଳକୁ ୨୪ ଦିନର ଶିଶୁ ପୁତ୍ରକୁ ସିନ୍ଦୁର ଲଗାଇ ଦେଇଥିଲା । ଘର ଭିତରେ ଶୋଇଥିବା ସ୍ବାମୀ ଗୁରୁଙ୍କୁ ବାହାର ପଟୁ ଶିକୁଳି ଲଗେଇ ଦେଇଥିଲା । ଏକ ଟାଙ୍ଗିଆରେ ଶିଶୁପୁତ୍ରକୁ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଥିଲା । ଏ ଘଟଣାକୁ ସ୍ବାମୀ ଘର ଭିତରୁ ଦେଖି ଡରିଯାଇ ଘର ଉପରପଟ ଦେଇ ଘରୁ ବାହାରି ଯାଇଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭଯୁକ୍ତକୁ ଅଟକ ରଖିଛି ।
ପୂର୍ବରୁ ଲକ୍ଷ୍ମୀ ନିଜ ୧୦ ବର୍ଷର ଝିଅକୁ ମଧ୍ୟ ବାପଘରକୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକ ପ୍ରକାଶ କରିଥିଲେ । ସଂପୃକ୍ତ ଘଟଣାରେ ଲକ୍ଷ୍ମୀ ଜାମିନରେ ଆସିଥିଲେ । ଗୁରୁ ଭାବିଥିଲେ ଆଉ ଗୋଟିଏ ସନ୍ତାନ ଆସିଲେ ଲକ୍ଷ୍ମୀ ପରିବର୍ତ୍ତନ ହୋଇଯିବ । କିନ୍ତୁ ମାନସିକ ବିକୃତି କାରଣରୁ ଲକ୍ଷ୍ମୀ ପୁଣି ଏହି ଜଘନ୍ୟ କାଣ୍ଡ ଘଟାଇଛି ।
Powered by Froala Editor