ରସାୟନ ଭର୍ତ୍ତି ଡ୍ରମ୍ ଫାଟିଲା : ଉଡ଼ିଗଲା ଗୋଦାମ ଛାତ

ଉତ୍ତର ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ଏକ କେମିକାଲ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରସାୟନ ଭର୍ତ୍ତି ଥିବା ଡ୍ରମରେ ନିଆଁ ଲାଗିଥିବାରୁ ପ୍ରବଳ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ଗୋଦାମର ଛାତ ଓ କାନ୍ଥ ଭୁଶୁଡି ପଡିଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । ଦିଲ୍ଲୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖବର ଲେଖା ହେବା ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ଦିଆଯାଇ ନାହିଁ।
ଅଗ୍ନିଶମ ବାହିନୀଙ୍କ କହିବା ଅନୁସାରେ, ଗୋଦାମରେ ନିଆଁ ଲାଗିଥିବା ନେଇ 3ଟା ସମୟରେ ସେମାନଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ 20ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯାଇଥିଲେ ବି ପ୍ରଚଣ୍ଡ ଶବ୍ଧରେ ଅଞ୍ଚଳ ଥରି ଉଠିଥିଲା । ଡ୍ରମ୍ ଡ୍ରମ୍ ରସାୟନ ପଦାର୍ଥ ବିସ୍ଫୋରଣରେ କମ୍ପିଥିଲା । ଲୋକେ ଭୟଭୀତ ହୋଇଉଠିଥିଲେ । କିନ୍ତୁ ପରେ ସ୍ଥିତି ଆୟତ୍ତକୁ ଆସିଛି ।
Powered by Froala Editor