ଆସାମ ରାଇଫଲ୍ସରେ କାର୍ୟ୍ୟରତ ବୀର ଓଡ଼ିଆ ଯବାନ ଶହୀଦ

ବରଗଡ଼: ଆନନ୍ଦପୁରର ସହିଦ ଯବାନ ସୁଶାନ୍ତଙ୍କ ଚିତା ଲିଭି ନ ଥିବା ବେଳେ ଆଉ ଜଣେ ଓଡ଼ିଆ ପୁଅ ଶହୀଦ ହେବାର ଦୁଃଖର ଖବର ପହଞ୍ଚିଛି। ଆସାମ ରାଇଫଲ୍ସରେ କାର୍ୟ୍ୟରତ ବୀର ଯବାନ ନୀଳାଚଳ ପଟେଲ ଶହୀଦ । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ବରଗଡ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ଗ୍ରାମପଂଚାୟତ ସ୍ଥିତ ବାଘପାଲି ଗ୍ରାମର ବୀର ଯବାନ ନୀଳାଚଳ ପଟେଲ(୪୫) ମଣିପୁରରେ ଆସାମ ରାଇଫଲରେ ୨୦୦୦ ମସିହାରୁ କାର୍ୟ୍ୟରତ ଥିଲେ। ଗତକାଲି ନାଇଟ ପଟ୍ରୋଲିଂ ସମୟରେ ଘଟିଥିଲା ସଡ଼କ ଦୁର୍ଘଟଣା । ତାଙ୍କ ଶହୀଦ ହେବା ଖବର ଜଣାପଡ଼ିଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବୀର ଯବାନ ଶହୀଦ ନୀଳାଚଳଙ୍କ ପାର୍ଥବ ଶରୀର ଆସନ୍ତା ସୋମବାର ଦିନ ନିଜ ଗ୍ରାମ ବାଘପାଲିକୁ ପହଞ୍ଚିବ ବୋଲି ତାଙ୍କ ବଡ଼ଭାଇ ନିଳାମ୍ବର ସୂଚନା ଦେଇଛନ୍ତି ।
Powered by Froala Editor